Site icon Awaj Media

ବନାନୀ ପକ୍ଷରୁ ବନ ମହୋତ୍ସଵ କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଆନ୍ତର୍ଜାତିକ ସବୁଜ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ବନାନୀ ପକ୍ଷରୁ ସ୍ଥାନୀୟ ଚଣ୍ଡୀପୁରଠାରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଉତ୍ସାହି ମହିଳା ମାନେ “ଗୋଟିଏ ଦିନକୁ ଗୋଟିଏ ଗଛ” ଲଗାଇବା ପାଇଁ ଶପଥ ନେଇଥିଲେ । ପ୍ରତ୍ୟେକ ବ୍ୟକ୍ତି ଦୈନନ୍ଦିନ ନିଜ ବାଡ଼ି ଘରେ ବିଭିନ୍ନ କିସମର ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି କରି ପାରିଲେ ବିଶ୍ୱ ତାପାୟନକୁ ରୋକାଯାଇ ପାରିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ଏଥିରେ କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ କାନନବାଳା ମହାନ୍ତିଙ୍କ ନେତୃତ୍ୱରେ, ଗୀତାଞ୍ଜଳି ପଟନାୟକ, ବାସନ୍ତୀଲତା ପତି, ଶାନ୍ତିଲତା ପଟ୍ଟନାୟକ, ଉମାସୁନ୍ଦରୀ ପଟ୍ଟନାୟକ, ଉର୍ବଶୀ ଦାଶ, ମାଧବୀ ଲତା ଦାସ, ମାମାଲି ଦାସ ଆଦି ଯୋଗଦାନ କରି ନଗରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିବାର ଦେଖିବାକୁ ମିଳିଥିଲା ।

Exit mobile version