କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଆଶ୍ରୟସ୍ଥଳ ନଥିବାରୁ ମଣିଷ ଯେଉଁଠାରେ , ବୁଲା କୁକୁର ସେହିଠାରେ ! ହଁ ଆଜ୍ଞା ରୋଗୀ ଯେଉଁଠି , କୁକୁର ସେଇଠି ! କଟକ ଶିଶୁ ଭବନ ହସ୍ପିଟାଲରେ ବୁଲା କୁକୁରଙ୍କ ଅଭୟ ବିଚରଣ ! ଏ ଦୃଶ୍ୟ ଦେଖିଲେ ମନରେ ପ୍ରଶ୍ନ ଆସୁଛି , ଏହା ମଣିଷଙ୍କ ଡାକ୍ତରଖାନା ନା ପଶୁ ମାନଙ୍କର ଡାକ୍ତରଖାନା ? ଶିଶୁ ଭବନ ହସ୍ପିଟାଲ ପରିସର ଭିତରେ ଓ ରୋଗୀଙ୍କ ପାଖରେ ବୁଲୁଛି ଓ ଶୋଉଛି ବୁଲା କୁକୁର ! ଘଟଣା ଦେଖିଲା ପରେ ସରକାରୀ ହସ୍ପିଟାଲର ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ ।
ଆଶ୍ରୟସ୍ଥଳ ନଥିବାରୁ ମଣିଷ ଯେଉଁଠାରେ , ବୁଲା କୁକୁର ସେହିଠାରେ !!!

