Site icon Awaj Media

୪୨ ମୌଜାରେ ନବ ନିର୍ମିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସାପ୍ତାହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ଶ୍ରୀରାମ ମୌଜାରେ ନିର୍ମିତ ନୂତନ ” ଓଡ଼ିଶା ଆଦର୍ଶ ବିଦ୍ୟାଳୟ ” ର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାପ୍ତାହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଛି। କଟକ ବନ ବିଭାଗ ପକ୍ଷରୁ ଫଳ ଓ ଫୁଲ ଗଛ ଯୋଗାଇ ଦିଆଯାଇଥିବା ବେଳେ ପ୍ରକୃତି ବନ୍ଧୁଙ୍କ ନିଜସ୍ଵ ସଂଗ୍ରହରେ ବହୁ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରବି ନାରାୟଣ ପ୍ରଧାନ, ପ୍ରାଧ୍ୟାପକ ଡ.କଲିମୁଲ୍ଲା, ଅଧ୍ୟାପକ ସ୍ଵାଧୀନ ଶେଖର ଷଡ଼ଙ୍ଗୀ ଓ ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହ ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜିତା ଜେନାଙ୍କ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ଓ ଶିକ୍ଷକ ପ୍ରଜ୍ଞା ପ୍ରଜିତା ସାହୁ, ଭଗବତୀ ପଣ୍ଡା, ତନ୍ମୟୀ ପୃଷ୍ଟି , ପ୍ରତିମା ଜେନା , ତୃପ୍ତିମୟୀ ପରିଡ଼ା, ଅନ୍ନଦା ଜାସ୍ମିନି ସ୍ମରଣିକା , ସିପ୍ରାରାଣୀ ଜେନା, ପତିତପାବନ ମହାପାତ୍ର, ପ୍ରକାଶ ରଞ୍ଜନ ଶତପଥି, ଅଜିତ କୁମାର ନାଟିଆ, ସୁଧୀର ଜେନା, ଭବାନୀ ଶଙ୍କର ପାତ୍ର, ପ୍ରଦୀପ ସେଠୀ , ମିଖେଲ ମଲ୍ଲିକ, ସୂର୍ଯ୍ୟକାନ୍ତ ନାୟକ ଏବଂ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣ ଓ ସହଯୋଗ କରିଥିଲେ ।

Exit mobile version