Site icon Awaj Media

ପାରଳାରେ ରାକ୍ଷୀ ଦୋକାନରେ ଜମୁଛି ଭିଡ଼ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ରକ୍ଷା ବନ୍ଧନ ସକାଶେ ରାକ୍ଷୀ ଦୋକାନରେ ଭିଡ଼ ଜମୁଥିବାର ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମା ହେଉଛି ଏକ ମୁଖ୍ୟ ପର୍ବ । ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ପ୍ରେମ, ସ୍ନେହ ଶ୍ରଦ୍ଧା ଏବଂ ବିଶ୍ୱାସର ପ୍ରତୀକ ହେଉଛି ରାକ୍ଷୀ । ଏହି ପରିପ୍ରେକ୍ଷୀରେ ପାରଳା ସହରର ବିଭିନ୍ନ ସାହି ଛକ ମାନଙ୍କରେ ବ୍ୟବସାୟୀ ମାନେ ରାକ୍ଷୀ ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି । 10 ଟଙ୍କାରୁ ଆରମ୍ଭ କରି 300 ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ରାକ୍ଷୀ ଦୋକାନରେ ନୂତନ ଓ ବିଭିନ୍ନ ପ୍ରକାରର ରାକ୍ଷୀ ଦେଖିବାକୁ ମିଳିଛି । ଦୁଇ ପଇସା ରୋଜଗାର କରିବା ଆଶାରେ ବ୍ୟବସାୟୀ ମାନେ ଆଶା ବାନ୍ଧିଛନ୍ତି । ଏହା ଏକ ୠତୁ କାଳୀନ ବେପାର ହୋଇ ଥିବାରୁ ଭଲ ରୋଜଗାର ହେବ ବୋଲି ଆଶା କରାଯାଉଛି ।

Exit mobile version