Site icon Awaj Media

ଗାଧୋଇବା ବେଳେ ନଦୀରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଚିତ୍ରୋତ୍ପଳା ନଦୀରେ ଗାଧୋଇବାକୁ ଯାଇ ବୁଡିଗଲେ ବୃଦ୍ଧ । କିଛି ସମୟ ପରେ ନଦୀ ରୁ ମିଳିଲା ମୃତଦେହ । ଏମିତି ଏକ ଦୁଖଃଦ ଘଟଣା ଘଟିଛି ପାଟକୁରା ଥାନା ଅନ୍ତର୍ଗତ ପିକରାଳି ଗ୍ରାମରେ । ସୂଚନା ଅନୁଯାୟୀ ପିକରାଳି ଗ୍ରାମର ରମେଶ ଚନ୍ଦ୍ର ବେହେରା ଗାଧେଇବା ପାଇଁ ନିକଟସ୍ଥ ଚିତ୍ରୋତ୍ପଳା ନଦୀ କୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତ ରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକ ନଦୀରେ ବହୁ ଖୋଜାଖୋଜି କରିବା ସହ ମାର୍ଶାଘାଇ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବାହୀନି ଆସି ନଦୀରେ ବହୁ ଖୋଜାଖୋଜି କରିବା ପରେ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର ହୋଇଛି । ରମେଶ ଜଣେ ଚାଷୀ ହୋଇଥିବା ବେଳେ ସେ ତାଙ୍କ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ଯକ୍ତି ଥିଲେ । ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଛି |

Exit mobile version