Site icon Awaj Media

ସମୃଦ୍ଧ ବାଙ୍କୀ ର ପକ୍କା ରାସ୍ତା : ଶସ୍ତା ସ୍ଲୋଗାନ ରେ ମାତି ଲୋକେ ହେଲେଣି ହୀନସ୍ତା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି ସମୃଦ୍ଧ ବାଙ୍କୀ ର ପକ୍କା ରାସ୍ତା , ଖାଲ ଖମା ପାଣି କାଦୁଅ ଦେଖି ରାସ୍ତାର ପକ୍କା ଅବସ୍ଥା ତ ବୁଝି ହେଉଛି ବାକି ରହିଲା ସମୃଦ୍ଧ ବାଙ୍କୀ କଥା . ତେବେ ଏ ସ୍ଲୋଗାନ ସାଧାରଣ ଜନତା କିମ୍ବା ଆଉ କାହାର ନୁହେଁ – ଖୋଦ ବାଙ୍କୀ ବିଜେଡିର ସର୍ବମାନ୍ୟ ନେତା , ପୂର୍ବତନ ବିଧାୟକ ତଥା ଏବେର ବିଧାୟକଙ୍କ ବାପା ପ୍ରଭାତ ତ୍ରିପାଠୀଙ୍କର . ଅବଶ୍ୟ ନିର୍ବାଚନ ବେଳେ ଦିଆ ଯାଇଥିଲା ଏ ସ୍ଲୋଗାନ . ଏପରି ରାସ୍ତା ଘାଟ ଥିବା ନିର୍ବାଚନ ମଣ୍ଡଳୀ କେତେ ସମୃଦ୍ଧ ତାହା ସ୍ପଷ୍ଟ . ହେଲେ ଏ ପୁରୁଣା ସ୍ଲୋଗାନ ରେ ଆଉ ପଦଟିଏ ମିଶାଇ ଦେଲେ ଏବେର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ – ସ୍ୱଚ୍ଛ ବାଙ୍କୀ . ବିଧାୟକ ମହାଶୟ ଏ ସ୍ଲୋଗାନ ଦେବା ପରେ ବାଙ୍କୀ ଏନଏସି ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବାଙ୍କୀ ପୁରା ଝଲସୁଛି . ତେବେ ଏଥର କେବଳ ରାସ୍ତା ଘଟଣାରେ ଖବର କୁ ସିମୀତ କରିବା . ବାଙ୍କୀ ସହର ରୁ ବାହାର ସ୍ଥାନକୁ ଯାଇଥିବା ରାସ୍ତା ନିଶ୍ଚୟ ଭାବରେ ଉନ୍ନତମାନର , ବାହାର ସ୍ଥାନ ଅର୍ଥ ଯାତମୁଣ୍ଡିଆ ଦେଇ ଆଠଗଡ ଏବଂ କଟକ କୁ ସଂଯୋଗ କରୁଥିବା ରାସ୍ତା ଦ୍ଵୟର ଅବସ୍ଥା ଭଲ ଅଛି . ହେଲେ ବାଙ୍କୀ ରୁ ତୁଳସୀପୁର ଦେଇ ଖୋର୍ଦ୍ଧା କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ନେଇ ସବୁବେଳେ ସ୍ଥାନୀୟ ବାସିନ୍ଦା ଅସନ୍ତୁଷ୍ଟ . ବାକି ରହିଲା ନିର୍ବାଚନ ମଣ୍ଡଳୀ ଭିତରେ ଥିବା ଗ୍ରାମ୍ୟ ରାସ୍ତା . ଦୁଇ ଦଶନ୍ଧି ରୁ ଅଧିକ ସମୟ ହେଲାଣି , ଅବସ୍ଥା ଦିନକୁ ଦିନ ଅଧିକ ଖରାପ ହେଉଛି ପଛେ ସୁଧୁରିବାର ନାଁ ଧରୁନି . ହଁ ତେବେ ରାସ୍ତା କୁ ନେଇ ଯଦି କିଛି ସୁଧୁରୁଛି ତାହା ହେଲା ସ୍ଥାନୀୟ କୁଜିନେତା ଓ ଠିକାଦାର ଙ୍କ ବ୍ୟାଙ୍କ ଜମା ରାଶି ଆଉ ମୋଟା ଅଙ୍କର କମିଶନ ଖାଉଥିବା ନେତାଙ୍କ ଅବସ୍ଥା . ବାଙ୍କୀ ଉପଖଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟବସାୟିକ ଅଞ୍ଚଳ ହେଲା କଳାପଥର . ବାଙ୍କୀ ଠାରୁ ବ୍ରହ୍ମପୁରା ଦେଇ କଳାପଥର ଏବଂ ବୈଦେଶ୍ଵର ଦେଇ କଳାପଥର କୁ ସଂଯୋଗ କରୁଥିବା ରାସ୍ତା ଦ୍ବୟ କେବଳ ଠିକାଦାର ପୋଷଣ ପାଇଁ ଦୁଇଟି ପ୍ରୋଜେକ୍ଟ ପାଲଟିଛି . ଆଖୁ ଯୋଗେଁ କାନିସିରି ପାଣି ପାଇବା ନୀତିରେ ରାସ୍ତା କାମ ପାଇଁ ବ୍ୟୟ ବରାଦ ହେଲେ ବିଭାଗୀୟ ଜେଇ ଏଇ ଇଂଜିନିୟର ମଧ୍ୟ ଯଥେଚ୍ଛା ହରିଲୁଟ କରୁଛନ୍ତି . ଯେତେବେଳେ ଖବର ପ୍ରସାରଣ କଲେ ଶୁଣିବାକୁ ମିଳେ ଅମକ ରାସ୍ତା ପାଇଁ ଏତିକି କୋଟି ଆସିଛି , ତେବେ ସେ କୋଟି ଘର ବ୍ୟୟ ବରାଦ କେଉଁ ସ୍ଥାନରେ କାମରେ ଲାଗେ ତାହା ଜାଣି ହୁଏନା . ତେବେ ଗୋଟିଏ କଥା ସତ ଆଉ ସ୍ପଷ୍ଟ ଯେ , 2000 ମସିହାରେ ଗାଁ ରେ ସାଇକେଲ ଧରି ବୁଲୁଥିବା କୁଜି ନେତା ପରେ ଠିକାଦାର ହେବା ପରେ 2010 ବେଳକୁ ଦାମିକା ବାଇକ ଓ ଏବେ ଦାମିକା ଚାରି ଚକିଆ ଧରି ବୁଲୁଛନ୍ତି . ଆଉ ନେତା ତାଙ୍କ ନିର୍ବାଚନୀ ସ୍ଲୋଗାନ ରେ ଗୋଟିଏ ଗୋଟିଏ ପଦ ଯୋଡି ଚାଲିଛନ୍ତି . ତେବେ ସମସ୍ୟା ପାଇଁ ସବୁଠାରୁ ଅଧିକ ଦୋଷ ସାଧାରଣ ଲୋକଙ୍କର , କେବେ ବି ଶୁଣିବାକୁ ମିଳେନା ପ୍ରତିବାଦର ସ୍ୱର . ଆଉ ଭିଡ ଭାଡ ହେଲେ କୁହନ୍ତି ବାଙ୍କୀ ରେ ମିଡ଼ିଆ ବିକ୍ରୀ ହୋଇଯାଇଛି , ସେଥିପାଇଁ ଅଧିକ ଦୁର୍ନୀତି ହେଉଛି . ହେଲେ ଅସଲ କଥା ହେଲା ବାଙ୍କୀ ଉପଖଣ୍ଡରେ ମୋଟ ମିଡ଼ିଆ କର୍ମଚାରୀ ଙ୍କ ସଂଖ୍ୟା 50 ରୁ 70 ଭିତରେ ହେଲେ ଭୋଟର ସଂଖ୍ୟା ତ ଦେଢ଼ ଲକ୍ଷ ରୁ ଅଧିକ , କରୁଛ କଣ . ଖରା ଦିନେ ଧୂଳି ଉଡୁଛି , ଆଉ ବର୍ଷା ଦିନେ ପଙ୍କରେ ସାଲୁବାଲୁ ରାସ୍ତା . ନିର୍ବାଚନ ବେଳେ ଶାସକ ଦଳକୁ କ୍ଲିନ ସୁଇପ ଦେଇ ସେମାନଙ୍କ ଦୁର୍ନୀତି କୁ ଅଧିକ ଖୋରାକ ଯୋଗାଉଛନ୍ତି ସାଧାରଣ ଲୋକେ .

Exit mobile version