ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ଦଶମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଗଜପତି ଜିଲ୍ଲା ସିପିଆଇ ର ସମ୍ପାଦକ ଜେନା ସୁବାଷ ଚନ୍ଦ୍ର ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ସିପିଆଇ ର ରାଜ୍ୟ ନେତା ପ୍ରଶାନ୍ତ ପାଟ୍ଟଯୋଶୀ, ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର , ରାଜ୍ୟ ଯୁବନେତା ପ୍ରଦୀପ ସେଠୀ, ସିପିଆଇଏମ୍ ର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭ ହେବା ପୂର୍ବରୁ ଟାଉନ ହଲ ପରିସରରେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ସମ୍ମିଳନୀରେ ଜିଲ୍ଲାରେ ଆଗାମୀ ଦିନରେ ସମସ୍ତ ବର୍ଗର ଲୋକଙ୍କୁ ନେଇ କିପରି ସାଙ୍ଗଠନିକ ସୁଦୃଢ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହା ପରେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ 19 ଦଫା ସମ୍ବଳିତ ସାମୁହିକ ପ୍ରସ୍ତାବ ଅନୁମୋଦିତ କରାଯାଇଥିଲା । ଏହି ସମ୍ମିଳନୀରେ ପାରଳାଖେମୁଣ୍ଡି ପୌରପାଳିକା ର ଏମ୍ ଜଗନ୍ନାଥ ରାଓଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଳକ ର ବହୁ ଦଳୀୟ କର୍ମୀ ଓ ନେତା ଯୋଗ ଦେଇଥିଲେ ।
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ର ଦଶମ ଜିଲ୍ଲା ସମ୍ମିଳନୀ !!!

