ଲଘୁଚାପ ଜନିତ ବର୍ଷା : ଭାସିଗଲା କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଲଘୁଚାପ ଜନିତ ବର୍ଷା ବିତ୍ପାତ , ଭାସିଗଲା କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ . ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ହୋଇଯାଇଛି ଯୋଗାଯୋଗ ବିଚ୍ଛିନ୍ନ . ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ଲଘୁଚାପ ରୂପ ନେବା ଫଳରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଶନିବାର ଠାରୁ ଲଗାଣ ବର୍ଷା ଲାଗି ରହିଛି l ଯାହା ଫଳରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବିରିନ୍ଦାପଡ଼ାର ଗ୍ରାମବାସୀଙ୍କ ଲାଇଫ୍‌ଲାଇନ କୁହା ଯାଉଥିବା କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲଟି ଭାସିଯିବା ସହ ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଏହି କାଠ ପୋଲ କୁ ୱାର୍ଡ଼ ଏବଂ ଗୁଞ୍ଜ ର ମିଳିତ ଆନୁକୂଲ୍ୟରେ ଗ୍ରାମବାସୀଙ୍କ ସହଯୋଗରେ ତିଆରି ହୋଇଥିଲା l ଏହି କାଠ ପୋଲ ଦେଇ ବିରିନ୍ଦାପଡ଼ା ସମେତ ବାନ୍ଦାବାଜୁ , ଜ୍ରାବାକେତା ଓ କାଣ୍ଡିକୁଟି ଆଦି ଗାଁର ଲୋକେ ଯିବା ଆସିବା କରନ୍ତି । କିନ୍ତୁ ଏବେ କାଠ ପୋଲ ଧୋଇ ହୋଇଯିବା ପରେ ସ୍ଥାନୀୟ ଲୋକେ ଅନେକ ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବିରିନ୍ଦାପଡ଼ାରୁ ବହାରିବା ପାଇଁ ଅନ୍ୟ ଏକ ରାସ୍ତା ରହିଛି, ହେଲେ ଲୋକ ମାନେ ଏହି କାଠ ପୋଲ ଉପରେ ଅଧିକ ନିର୍ଭର କରି ଯାତାୟାତ କରୁଥିଲେ । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ପକ୍କା ପୋଲ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *