ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଆଜି ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି । ଅଙ୍ଗନୱାଡ଼ି ଗୃହକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ରାଜେଶ ନାୟକ, ୱାର୍ଡ ମେମ୍ବର ମହିମା ପାଢ଼ି , ପଞ୍ଚାୟତର ସମିତି ସଭ୍ୟା ଶୋଭନା ପାଢ଼ୀ, ଅଙ୍ଗନୱାଡ଼ି କର୍ମୀ, ଆଶା ଦିଦି, ଗୋପୀନାଥପୁର ଗ୍ରାମର କିଛି ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ ।
ବାଣପୁର ଗୋପୀନାଥପୁର ଗ୍ରାମରେ ନୂତନ ଅଙ୍ଗନୱାଡ଼ି ଗୃହ ଉଦଘାଟନ !!!

