Site icon Awaj Media

ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଛନ୍ତି ଠଣାପଲ୍ଲୀ ବାସିନ୍ଦା !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଛନ୍ତି ଠଣାପଲ୍ଲୀ ବାସିନ୍ଦା . ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଠଣାପଲ୍ଲୀ ଗ୍ରାମ ଚାରିପଟ ଜଳଘେରାରେ ବନ୍ଦୀ ହୋଇ ରହିଛି । ଗାଁ ଦାଣ୍ତରେ ଜମିଛି ଦୁଇ ଫୁଟ ଉଚ୍ଚର ପାଣି . ଏପରି ଭାବରେ ବର୍ଷାରେ ପାଣି ଜମି ରହିବାରୁ ପରିବେଶ ଅସ୍ବାସ୍ଥ୍ୟକର ହେବା ସାଙ୍ଗକୁ ଚଲାପଥ କାଦୁଅମୟ ହୋଇଛି । ନିକଟରେ ପଞ୍ଚାୟତ ତରଫରୁ ରାସ୍ତାକଡରେ ହୋଇଥିବା ଡ୍ରେନ ସବୁ ଅବରୋଧ ହୋଇ ରହିଛି , ବହୁ ବାରଣ ସତ୍ତ୍ବେ ଡ୍ରେନ୍ ଭିତରେ ସବୁ ଦିନ ଛକ ପାଖ ଜଳଖିଆ ଦୋକାନୀ ଓ ରାସ୍ତା ପାର୍ଶ୍ବରେ ଘର କରିଥିବା ଲୋକମାନେ ଅଳିଆ ଆବର୍ଜନା ପକାଇବା ଦ୍ବାରା ଡ୍ରେନ ସବୁ ପୋତି ହୋଇଗଲାଣି । ଯାହାଫଳରେ ବର୍ଷା ପାଣି ଗାଁ ପ୍ରବେଶ ପଥରେ ଜମି ରହିଛି । ନିଷ୍କାସନ ହେବାର କିଛିବି ବନ୍ଦୋବସ୍ତ କରାଯାଉ ନାହିଁ । ଭୋଟବେଳେ ଗୋଡ ଧରୁଥିବା ଜନ ପ୍ରତିନିଧି ଏବଂ ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତାଙ୍କର ଏ ଦୁର୍ଦ୍ଦଶା ବେଳେ ଦେଖା ନାହିଁ । ପୁନର୍ବାର ଗ୍ରାମ୍ୟରାସ୍ତା ପାଖରେ ଥିବା ଡ୍ରେନଟି ଖନନ କରିବାକୁ ଠଣାପଲ୍ଲୀ ର ଗ୍ରାମବାସୀ ମାନେ ବ୍କକ ପ୍ରଶାସନିକ ଅଧିକାରଙ୍କ ପାଖରେ ଗୁହାରୀ କରିଛନ୍ତି । ଦେଖାଯାଉ କେବେ ଗାଁ ଲୋକଙ୍କ ଦୁଃଖ ଦୂର ହେଉଛି ।

Exit mobile version