Site icon Awaj Media

ବାଲୁଗାଁ ଚିଲିକା ଢ଼ାବା ନିକଟରେ ସଡ଼କ ଦୁର୍ଘଟଣା : ବାଇକ ଚାଳକ ମୃତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ଢ଼ାବା ନିକଟସ୍ଥ ନୂଆଗଡ଼ ଓଭରବ୍ରିଜ ଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଉକ୍ତ ଅଞ୍ଚଳରେ ରାସ୍ତା କାମ ଜାରି ରହିଥିବା ବେଳେ ବ୍ୟକ୍ତି ଜଣକ ଭାରସାମ୍ୟ ହରାଇ ମଟର ସାଇକେଲକୁ ବ୍ରିଜରେ ଧକ୍କା କରିଥିବାର ଅନୁମାନ କରାଯାଉଛି । ପଥର ଉପରେ ବ୍ୟକ୍ତିଙ୍କ ମଟର ସାଇକେଲ ପଡ଼ିଥିବା ବେଳେ ତାଙ୍କ ମର ଶରୀର ମଧ୍ୟ ଉକ୍ତ ପଥର ତଳେ ଫସି ରହିଥିବାର ଦେଖା ଯାଇଥିଲା । ଖବର ପାଇ ୧୦୮ ଆମ୍ବୁଲାନ୍ସ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ବର୍ତ୍ତମାନ ଘଟଣାସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ପହଞ୍ଚି ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରି ଦେଇଛି । ତେବେ ଗାଡିଟିର ନମ୍ବର ଅନୁଯାୟୀ ମୃତକ ଜଣକ ଫୁଲବାଣୀ ଜିଲ୍ଲାର ହୋଇଥିବେ ବୋଲି ଅନୁମାନ କରାଯାଉଛି ।

Exit mobile version