Site icon Awaj Media

ଡାହୁକା ନଦୀ ଆଡ଼ିବନ୍ଧ ନିର୍ମାଣରେ ଅର୍ଥ ଆତ୍ମସାତ ଅଭିଯୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ଡାହୁକା ନଦୀ ଆଡ଼ିବନ୍ଧ ନିର୍ମାଣରେ ଅର୍ଥ ଆତ୍ମସାତ ଅଭିଯୋଗ ଆଣିଛନ୍ତି ବିଜେପି ନୂଆଗାଁ ବ୍ଲକ ମଣ୍ଡଳ ସମ୍ପାଦକ ରତ୍ନାକର ପ୍ରଧାନ। ଆଡ଼ିବନ୍ଧ କାର୍ଯ୍ୟ ଚାଲୁ ରହିଥିବା ବେଳେ ସ୍ଥାନୀୟ ବ୍ରାହ୍ମଣୀ ଦେଇ ପାହାଡ଼ ଟେଣ୍ଡର ନହୋଇ କଣ୍ଟ୍ରାକ୍ଟର ସେଠାରୁ ପଥର ଭାଙ୍ଗି କାର୍ଯ୍ୟ କରୁଛନ୍ତି । ରତ୍ନାକର ପ୍ରଧାନ ବାରମ୍ବାର ନୂଆଗାଁ ତହସିଲଦାରଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ଗତକାଲି ପାହାଡ ଭଙ୍ଗଯାଇ କେତେ ପଥର ଉଠିଛି ଏବଂ କେତେ ରୟାଲିଟି ଆଦାୟ ହୋଇଛି ଏ ବିଷୟରେ ମହିପୁର ଆରଆଇ ଙ୍କୁ ପଚାରିଥିଲେ । ଆରଆଇ ସୂଚନା ଦେବା ବଦଳରେ ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କୁ ଅଫିସ ଭିତରେ ଜୋର ଜବରଦସ୍ତ ଅଟକ ରଖି ତହସିଲଦାର ଙ୍କୁ ଡ଼କାଇଥିଲେ । ତହସିଲଦାର ଆସିବା ପରେ ରତ୍ନାକର ପ୍ରଧାନ ଙ୍କୁ ଧମକ ଦେବା ସହ ଗାଳି ଗୁଲଜ କରି ଫୋନ ଛଡାଇଥିବା ଅଭିଯୋଗ ଆଣିଛନ୍ତି । ମହିପୁର ଡାହୁକା ନଦୀ ଆଡ଼ିବନ୍ଧ କାର୍ଯ୍ୟ ପାଇଁ କେତେ ପଥର ଆସିଛି , ତା ବାବଦରେ କେତେ ରୟାଲିଟି ଆଦାୟ ହୋଇଛି ଏବଂ ନିମ୍ନ ମାନର କାର୍ଯ୍ୟ କରାଯାଇ ଅର୍ଥ ଆତ୍ମସାତ ହୋଇଥିବାରୁ ଏହାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ଅଭିଯୋଗକାରୀ । ନଚେତ ଆଗାମୀ ଦିନରେ ଏହି କାର୍ଯ୍ୟ ର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

 

Exit mobile version