କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ । କଟକ ସ୍ଥିତ ସିଡିଏ ସେକ୍ଟର ୯ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଲିଭର ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଗତ କାଲି ରାତିରେ ପରଲୋକ ହୋଇଥିବା ସୂଚନା । ବହୁ ଓଡ଼ିଆ ଫିଲ୍ମ ରେ ସଂଳାପ ଲେଖିଛନ୍ତି ସେ । ବହୁ ଓଡ଼ିଆ ନାଟକ ସହ ଟେଲି ସିରିଏଲ ରେ ମଧ୍ୟ ସଂଳାପ ରଚନା ଜାରି ରଖିଥିଲେ । ତାଙ୍କର ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକ ର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଞ୍ଚି ଶେଷ ଦର୍ଶନ କରିଛନ୍ତି ।
ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ !!!

