Site icon Awaj Media

ମହାଗିରି ପାହାଡ ଜଙ୍ଗଲ ମଧ୍ୟରେ ଜଙ୍ଗଲି ହାତୀ ର ମୃତ୍ୟୁ : ଶବ ବ୍ୟବଚ୍ଛେଦ କଲେ ବନବିଭାଗ କର୍ମଚାରୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାଗିରି ପାହାଡ ଜଙ୍ଗଲ ମଧ୍ୟରେ ଜଙ୍ଗଲି ହାତୀ ର ମୃତ୍ୟୁ , ଶବ ବ୍ୟବଚ୍ଛେଦ କଲେ ବନବିଭାଗ କର୍ମଚାରୀ . ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ମହାଗିରି ପାହାଡ ଜଙ୍ଗଲ ମଧ୍ୟରେ ଏକ ହାତୀର ମୃତଦେହ ପଡ଼ି ରହିଥିବା ସ୍ଥାନୀୟ ଲୋକେ ଦେଖି ସୁକିନ୍ଦା ବନ ବିଭାଗ କର୍ମଚାରୀ ମାନଙ୍କୁ ସୂଚନା ଦେଇଥିଲେ . ଖବର ପାଇ ସୁକିନ୍ଦା ବନ ବିଭଗର କର୍ମଚାରୀ ଓ ସ୍ୱତନ୍ତ୍ର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କରି ତଦନ୍ତ କରିବା ପରେ ହାତୀ ଟିର ବୃଦ୍ଧ ଅବସ୍ଥା ଯୋଗୁଁ ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି . ବନ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥିତରେ ମୃତ ହାତୀଟିର ଶବ ବ୍ୟବଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଛି .

Exit mobile version