Site icon Awaj Media

ନୟାଗଡ଼ ରେ ୭୫ ମିଟର ଜାତୀୟ ପତାକା ଉଡାଇଲେ ପିସିସି ସଭାପତି ଶରତ ପଟ୍ଟନାୟକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦେଶ ସ୍ୱାଧିନତାର ୭୫ବର୍ଷ ପାଇଁ ଜାତୀୟ କଂଗ୍ରେସର ତ୍ୟାଗ ଓ ବଳିଦାନ ଆଧାରରେ ସ୍ୱାଧିନତାର ଗୌରବ ଯାତ୍ରା ଆରମ୍ଭ । ଆଜି ନୟାଗଡ଼ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକ ଏବଂ ଏଆଇସିସିର ସଂପାଦକ ଜି ରୁଦ୍ରରାଜୁ ଜାତୀୟ ପତାକା ହଲାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ନୟାଗଡ଼ ଟ୍ରାଫିକ ଛକଠାରେ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ର ଖୁସି ମୁହୂର୍ତ୍ତରେ ୭୫ ମିଟରର ଜାତୀୟ ପତାକା ଉଡାଇ ଧର୍ମ ନିରପେକ୍ଷ ଭାରତ ବର୍ଷରେ ଭାଇଚାରା ଦେଶପ୍ରେମ ଉଦ୍ରେକ ପାଇଁ ଆହ୍ୱାନ ଦେଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ l ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମାତ୍ରାଧିକ ଦରଦାମ ବୃଦ୍ଧି , ରନ୍ଧନ ଗ୍ୟାସ ଦରବୃଦ୍ଧି ହାଣ୍ଡିଶାଳେ ଚଡକ, ରୋଜଗାର ନପାଇ କୋଟିକୋଟି ଯୁବକ ବେକାର, ଦେଶର ଅର୍ଥନୀତି ନିମ୍ନଗାମୀ, କଂଗ୍ରେସ ଶାସନ ରେ ପ୍ରତିଷ୍ଠିତ ଲାଭଦାୟକ ରାଷ୍ଟ୍ରୟତ୍ତ ଉଦ୍ୟୋଗ ପ୍ରଧାନମନ୍ତ୍ରୀଙ୍କ ଦୁଇ ମିତ୍ର ଅମ୍ବାନୀ ଅଦାନୀ ଙ୍କୁ ଶାଗମାଛ ଦରରେ ବିକ୍ରି, ପ୍ରମୁଖ ବିରୋଧୀ ନେତାଙ୍କ ଉପରେ ଇଡି ସିବିଆଇ ଲଗାଇ ଶାଣିତ ବିରୋଧୀ ସ୍ୱର କୁ ଚାପି ଦେବା ପାଇଁ ପ୍ରତିଶୋଧ ରାଜନୀତି ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି କହିଥିଲେ । ଦେଶର ସାମ୍ବିଧାନିକ ସଂସ୍ଥା ସୁରକ୍ଷିତ ନୁହେଁ ବୋଲି କହିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ଗୌରବ ଯାତ୍ରାରେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଶିକାନ୍ତ ମିଶ୍ର, ବରିଷ୍ଠ ନେତା ଶୁଭେନ୍ଦୁ ମହାନ୍ତି, ମହିଳା କଂଗ୍ରେସ ପର୍ଯ୍ୟବେକ୍ଷକ ସ୍ୱରୂପା ତ୍ରିପାଠୀ, ପିସିସି ସମ୍ପାଦକ ହୁସେନ ଖାଁ, ମନୋଜ ସାହୁ, ବସନ୍ତ ମହାରଣା, ଆଇଏନଟିୟୁସି ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକ, ମହିଳା କଂଗ୍ରେସ ସଭାପତି ପ୍ରତିମା ଜେନା, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଅବୁବକର ସିଦ୍ଧିକ, ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ଦଳୀୟ ନେତା ବିଭୁତି ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ , ପୂର୍ଣ୍ଣଚନ୍ଦ୍ର ନାୟକ, ଅମଜାଦ ଖାଁ, ବୁଲୁ ପରିଡା, ଅଶୋକ ନାୟକ, ସୁକାନ୍ତ ଶତପଥୀ, ଚିନ୍ମୟୀ ମହାଳିକ, କାଶୀନାଥ ନାଏକ, ବାଙ୍କ ବିହାରୀ ଧଳ, ମଦନ ମୋହନ ବିଶୋଇଙ୍କ ସମେତ ଏକ ହଜାର ଦଳୀୟ କର୍ମୀ ସ୍ୱାଧୀନତା ର ଗୌରବ ଯାତ୍ରାରେ ସାମିଲ ହୋଇଥିଲେ l

Exit mobile version