Site icon Awaj Media

ନୟାଗଡ ପଞ୍ଚାୟତ ସମିତିର ଦ୍ବିତୀୟ ଅଧିବେଶନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ସମିତି ର ଦ୍ବିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମଣ୍ଡଳ ଉନ୍ନୟନ ଅଧିକାରୀ ଭିକାରୀ ସାହୁ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟ ଗୁଡ଼ିକ କିପରି ସୁଚାରୁ ରୂପେ ହେବ , ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ସୁଚନା ଦେଇଥିଲେ । ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ପ୍ରତ୍ୟେକ କାର୍ଯ୍ୟ ରେ ସ୍ବଚ୍ଛତା ଏବଂ ସମୟାନୁବର୍ତ୍ତିତା ଅବଲମ୍ବନ କରିବାକୁ ସମିତି ଅଧ୍ୟକ୍ଷ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମକୁ ବିଧାୟକ ଡ. ସାହୁ ଗସ୍ତ କରିବା ସମୟରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣ ଙ୍କ ସମସ୍ତ ଅଭିଯୋଗର ଉତ୍ତର ଦେବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସମାପ୍ତ ହୋଇଥିବା ଏବଂ ୫ ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ଗୁଡିକ ର ରୁପାନ୍ତିକରଣ ଉପରେ ଉପଯୁକ୍ତ ଧ୍ୟାନ ର ସହିତ ସମାପନ କରିବାକୁ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ନୂତନ ଟେକ୍ନୋଲୋଜି ବ୍ୟବହାର କରି ଡ୍ୟାସ ବୋର୍ଡ ମାଧ୍ୟମରେ ପ୍ରତିଟି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ପ୍ରତ୍ୟେକ ଉନ୍ନତି ମୁଳକ କାର୍ଯ୍ୟ ର ନିୟମାବଳୀ ସମ୍ପର୍କରେ ନିଶ୍ଚିତ ଅବଗତ ହେବାକୁ ପରାମର୍ଶ ଦେବା ସହ , ବିଭାଗୀୟ ଅଧିକାରୀ ମାନଙ୍କୁ ସମସ୍ତ କାର୍ଯ୍ୟ ର ସଠିକ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ ଡ. ସାହୁ । ପରିଶେଷରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରୀୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Exit mobile version