Site icon Awaj Media

ବାଲୁଗାଁ ପାଟଣା ସାହି ଗ୍ରାମର କୁନି ପ୍ରତିଭା ଚିନ୍ମୟୀ ମହାପାତ୍ର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପାଟଣା ସାହି ଗ୍ରାମର କୁନି ପ୍ରତିଭା ଚିନ୍ମୟୀ ମହାପାତ୍ର , ବାପା ରମେଶ ମହାପାତ୍ର ମାଆ ଅନିତା ମହାପାତ୍ରଙ୍କ ସାନ ଝିଅ ଚିନ୍ମୟୀ . ଯିଏ ଏବେ ଅନେକ ଜାଗାରେ କଳା ପ୍ର ଦର୍ଶନ କରି ପ୍ରଶଂସା ର ପାତ୍ର ପାଲଟିଛନ୍ତି । ପିଲାଟି ଦିନରୁ ନାଚିବା ଗାଇବା ଉପରେ ରହିଛି ତାଙ୍କର ବେଶ ଦକ୍ଷତା । ଏବେ ଭାଓଲିନ ବଜେଇ ସାଧାରଣରେ ବେଶ ଚର୍ଚ୍ଚିତ ହୋଇଛନ୍ତି । ଯେମିତି ନାଚିବା ଗାଇବା ଉପରେ ଦକ୍ଷତା ରହିଛି ସେହିପରି କିଛିଦିନ ତଳେ କଟକ ଠାରେ ହେଇଥିବା ଅଲ ଇଣ୍ଡିଆ ମଲ୍ଟି ଲିଙ୍ଗୁଆଲ ଚିଲଡ୍ରେନ୍ସ କମ୍ପିଟେସନ ରେ ଭାଗ ନେଇ ଭାଓଲିନ ବଜେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସପ୍ତମ ଶ୍ରେଣୀରେ ପଢ଼ୁଥିବା ଚିନ୍ମୟୀ ଏବେ ପାଠ ପଢ଼ିବା ସହିତ ବିଶୁଣ୍ଡି ଗ୍ରାମର ବରିଷ୍ଠ ବାଦ୍ୟକାର ପ୍ରଫୁଲ୍ଲ କୁମାର ମାଝୀଙ୍କ ପାଖରୁ ୫ ବର୍ଷ ଧରି ଭାଓଲିନ ବାଦନ ଶିକ୍ଷା ଲାଭ କରୁଚନ୍ତି । ନିଜ ଭିତରେ ରହିଥିବା କଳା ଗୁଡ଼ିକ ଅନେକ ଜାଗାକୁ ଯାଇ ପ୍ରଦର୍ଶନ କରିବା ତାଙ୍କର ଇଛା ପାଲଟିଛି ।

Exit mobile version