କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପବିତ୍ର ଗହ୍ମାପର୍ବ, ରାକ୍ଷୀ ପୂର୍ଣ୍ଣିମା ତଥା କେନ୍ଦ୍ରାପଡାର ଆରାଧ୍ଯ ଦେବତା ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମଦିନ ଅବସରରେ ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘ ଦ୍ବାରା ଶ୍ରଦ୍ଧାଳୁ ମାନଙ୍କୁ ପିଠା – କ୍ଷୀରି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ଉପଦେଷ୍ଠା ଶଶିକାନ୍ତ ସୁଆର ଆୟୋଜନ କରିଥିବା ବେଳେ ସଭାପତି ଆଶିଷ ଦାସଙ୍କ ନେତୃତ୍ବରେ ସମ୍ପାଦିତ ହୋଇଯାଇଛି ।
ଅନୁଷ୍ଠାନର ପାଖାପାଖି ୧୫ରୁ ଉର୍ଦ୍ଧ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମ ଲଗାତାର ଭାବରେ ଗତ ଦୁଇବର୍ଷ ହେବ ଜାରି ରହିଛି । ମହାପ୍ରଭୁଙ୍କ ଜନ୍ମ ଦିନ ଭଳି ପବିତ୍ର ଦିନରେ ଭକ୍ତ ମାନଙ୍କୁ ଏଭଳି ପ୍ରସାଦ ଯୋଗାଇ ଦେଇ କିଛି ନିଆରା ଖୁସି ଏବଂ ଆତ୍ମସନ୍ତୋଷ ଲାଭ କରୁଛନ୍ତି ବୋଲି ଉପସ୍ଥିତ ଥିବା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ କହିଛନ୍ତି ।

