ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭିର ମିଳିତ ଉଦ୍ୟମରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ . ଭୁବନେଶ୍ୱର ସ୍ଥିତ ସିଆରପି ଛକ ନିକଟସ୍ଥ ଷ୍ଟିୱାର୍ଟ ସ୍କୁଲ ପରିସରରେ ଦୈନିକ ଖବର କାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଦୈନିକ ଖବର କାଗଜ ସକାଳର ସମ୍ପାଦକ ଉମାକାନ୍ତ ମିଶ୍ର, ପବ୍ଲିଶର ଅମିତ ମଲ୍ଲିକ, ସିଇଓ ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରସାର ବିଭାଗର ପ୍ରିୟବ୍ରତ ଦାସ, ସୁଧାଂଶୁ ସାହୁ ଓ ପ୍ରଶାନ୍ତ ବିହାରୀ ପରିଚାଳନା କରିଥିଲେ । ଓଡ଼ିଶା ଖୋର୍ଦ୍ଧା ରକ୍ତ ଭଣ୍ଡାର ଅଧିକାରୀ ନିରୁପମା ସାହୁ, ଲାଵ ଟେକ୍ନିସିଆନ ଅରୁଣ କୁମାର ସାହୁ, ବିଚିସ୍ମିତା ପୁହାଣ, ସହାୟିକା ଅମିତା ନାୟକ ଓ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୪୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।
ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭିର ମିଳିତ ସହଯୋଗରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର !!!

