Site icon Awaj Media

ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ତ୍ରିରଙ୍ଗା ପଦଯାତ୍ରା !!!

Spread the love

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଭାରତ ସ୍ୱାଧୀନତା ପାଇବାର ୭୫ ବର୍ଷ ପୂରଣ ଅବସରରେ ସମଗ୍ର ଭାରତ ବର୍ଷରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଦେଶରେ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଉଛି l ତେଣୁ ସେହି ପରିପ୍ରେକ୍ଷୀରେ ବୋଲଗଡ଼ରେ ଏହି ରାଲି ଅନୁଷ୍ଠିତ ହୋଇଯାଇଛି l ଏହି ରାଲି ଗାନ୍ଧୀ ମଣ୍ଡପ ଠାରୁ ବାହାରି ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଯାଇଥିଲା l ଏଥିରେ ବୋଲଗଡର ବିଭିନ୍ନ ଅନୁଷ୍ଠାନ, ସ୍ବେଛାସେବୀ ସଂଗଠନ , ଯୁବଗୋଷ୍ଠୀ ଓ ସମସ୍ତ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଯୋଗଦେଇ ସାଫଲ୍ୟ ମଣ୍ଡନ କରିଥିଲେ l କାର୍ଯ୍ୟକ୍ରମରେ ଆବାହକ ମଣ୍ଡଳୀ କୃଷ୍ଣମୋହନ ପାଲଟାସିଂହ , ରବୀନ୍ଦ୍ର କୁମାର ପରିଡା, ଗୋପୀନାଥ ଖାଡ଼ଙ୍ଗା, ବୀର ଦାସ, ବାଲ୍ମୀକ ବଳିୟାର ସିଂହପ୍ରମୁଖ ଯୋଗ ଦେଇଥିଲେ ।

Exit mobile version