Site icon Awaj Media

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପବିତ୍ର ବ୍ରାହ୍ମ ମୁହୂର୍ତ୍ତରେ ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ ତଥା ଜଗତସିଂହପୁର ମାଟିର କୃତୀ ସନ୍ତାନ ନିଶାମଣି ଖୁଣ୍ଟିଆଙ୍କର ୪୦ ତମ ଶ୍ରାଦ୍ଧ ବାର୍ଷିକୀ ଏବଂ ପୁରୀ ମାଟିର କୃତୀ ସନ୍ତାନ ସାରସ୍ବତ ସାଧକ, ବିଶିଷ୍ଟ କବି, ପଞ୍ଚଶାଖା ଯୁଗର ମୁଧଣ୍ୟ ପ୍ରତିଭା ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୮ ଜୟନ୍ତୀ କଟକ ସଦର ୪୨ ମୌଜା ସ୍ଥିତ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଆନନ୍ଦ ନୃସିଂହ ପୂଜ୍ୟପୂଜା ଭବନ ପଟଣାରେ ପାଳିତ ହୋଇ ଯାଇଛି । ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି, ଉପଦେଷ୍ଟା କବୟିତ୍ରୀ ଶିକ୍ଷାବିତ୍ ସରୋଜ ନଳିନୀ ମହାନ୍ତି, ଶିଶୁ ନୃତ୍ୟଶିଳ୍ପୀ ସୃଷ୍ଟି ଦାସ ମହାପାତ୍ର, କୃତୀ ଛାତ୍ର ସୂର୍ଯ୍ୟକାନ୍ତ ମହାପାତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦୁଇ ବରେଣ୍ୟ ସ୍ରଷ୍ଟା ମାନଙ୍କ ସ୍ମରଣ କରିଥିଲେ ।

Exit mobile version