Site icon Awaj Media

ନିଆରା କାର୍ଯ୍ୟକ୍ରମ କରି ପୁଅକୁ ମନେ ପକାଇଲେ ଦମ୍ପତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପୁଅ ର ସ୍ମରଣରେ ରକ୍ତଦାନ ଶିବିର ଆୟୋଜନ କରି ଶ୍ରାଦ୍ଧ ବାର୍ଷିକୀ ପାଳନ କଲେ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଏବଂ ତାଙ୍କ ପତ୍ନୀ । ଆଜକୁ ବାର ବର୍ଷ ତଳେ ତାଙ୍କର ଏକ ମାତ୍ର ପୁଅ ସୁରଜିତ ର ଭୁବନେଶ୍ୱର ମଞ୍ଚେଶ୍ବର ରେଳ ଷ୍ଟେସନ ଠାରେ ଦୁର୍ଘଟଣା ହୋଇଥିଲା । ସେ ଷ୍ଟେସନ ରେ ଛିଡା ହୋଇଥିବା ସମୟରେ ଏକ ଟ୍ରେନ ଆସିଥିଲା । ପବନ ର ଝଟକାରେ ସେ ଟ୍ରେନ ଭିତରକୁ ଟାଣି ହୋଇ ଯାଇଥିଲେ , ଫଳରେ ଟ୍ରେନ ତଳେ ପଡି ଯାଇଥିଲେ । ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ତାଙ୍କର ଅକାଳ ବିୟୋଗ ହୋଇଥିଲା । ସେହିଦିନ ଠାରୁ ସ୍ବାମୀ ସ୍ତ୍ରୀ ଦୁଇଜଣ ପୁଅର ସ୍ମରଣ ଉଦ୍ଦେଶ୍ୟରେ ରକ୍ତଦାନ କରିବା ପାଇଁ ସ୍ଥିର କରିଥିଲେ । ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୨ ତାରିଖ ରେ ରକ୍ତଦାନ ଶିବିର କରି ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଛନ୍ତି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସୁରଜିତ ର ଶ୍ରାଦ୍ଧ ବାର୍ଷିକୀରେ ନୟାଗଡ଼ ବ୍ଲଡ଼ ବ୍ୟାଙ୍କ ରେ ଆୟୋଜିତ ଏହି ରକ୍ତଦାନ ଶିବିର ରେ ଆଜି ଶ୍ରୀକାନ୍ତ ପଟ୍ଟନାୟକ ଏବଂ ତାଙ୍କ ପତ୍ନୀ ୨୧ ୟୁନିଟ ରକ୍ତ ସଂଗ୍ରହ କରି କିଛି ଲୋକଙ୍କ ଜୀବନ ବଞ୍ଚାଇବାର ପ୍ରୟାସ କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।

Exit mobile version