Site icon Awaj Media

ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବାଙ୍କୀ ବ୍ଲକ କିଆପଲା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଜିଓ ଲାଇଫ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କିଶୋର ସାହୁ, ପରିଚାଳନା କମିଟିର ସଭାପତି ପ୍ରତାପ ଚନ୍ଦ୍ର ରାଉତ, ପ୍ରାଥମିକ ବିଦ୍ୟାଳୟର କମିଟି ସଭାପତି ଶ୍ରୀନିବାସ ରାଉତ, ଶିକ୍ଷକ ଚରଣ ତିରୋଇ, ପ୍ରମୋଦ ଘଡେଇ ଏବଂ ଜିଓ ଲାଇଫ ଏଗ୍ରିଟେକ ଇଣ୍ଡିଆର ସେଲସ ଅଫିସର ଭାସ୍କର ମହାନ୍ତିଙ୍କ ସମେତ ଛାତ୍ରଛାତ୍ରୀ ମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବୃକ୍ଷର ଉପକାରିତା ଶୀର୍ଷକ ଏକ ତର୍କ ପ୍ରତିଯୋଗିତା କରାଯାଇ କୃତୀ ଶିକ୍ଷାର୍ଥୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ତାପସ ମହାନ୍ତି, ଅନିଲ ଦେବତା ଓ ନୃସିଂହ ବ୍ରହ୍ମା ପରିଚାଳନା କରିଥିଲେ ।

Exit mobile version