ବାରମ୍ବାର ଖବର ପ୍ରସାରଣ ପରେ ପୌର ପରିଷଦ ପକ୍ଷରୁ ଡ୍ରେନ କାର୍ଯ୍ୟ ଆରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପାଚେରୀକୁ ଲାଗିଥିବା ଡ୍ରେନ ଟି ଦୀର୍ଘ ଦିନ ହେଲା ପୋତି ହୋଇ ଯାଇଥିଲା , ଯାହା ଫଳରେ କାର୍ଯ୍ୟାଳୟର ନିଷ୍କାସିତ ଜଳ ଜମି ରହି ଦୁର୍ଗନ୍ଧମୟ ହେବା ସଙ୍ଗେ ରାସ୍ତାରେ ଅପରିଷ୍କାର ଜଳ ଭାସୁଥିଲା । ଯାନବାହନ ଚଳାଚଳ ବେଳେ ଯାତ୍ରୀଙ୍କ ଉପରକୁ ଅପରିଷ୍କାର ଜଳ ଛିଟିକୁଥିଲା । ପରିବେଶ ମଶା ମାଛି ସହ ରାସ୍ତା ଖାଲଖମା ହୋଇ ଯାତାୟାତ ରେ ଅସୁବିଧା ହେବା ଦ୍ୱାରା ଛୋଟ ମୋଟ ଦୁର୍ଘଟଣା ହେଉଥିଲା । ଏହି ଖବର ବାରମ୍ବାର ବିଭିନ୍ନ ପତ୍ର ପତ୍ରିକା ଓ ବୈଦ୍ୟୁତିକ ଗଣମାଧ୍ୟମରେ ତଥା ୱେବ ଚ୍ୟାନେଲ ଗୁଡିକରେ ପ୍ରସାରଣ ପରେ ପୌର ପରିଷଦ ଡ୍ରେନ ଖୋଳା କାମ ଆରମ୍ଭ କରିଥିବାରୁ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଓ ସହର ବାସୀ ପୌର ପ୍ରଶାସନ କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *