ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ଠାରେ ଶୁକ୍ରବାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଏକ ତ୍ରିରଙ୍ଗା ଜନ ସଚେତନତା ପଦଯାତ୍ରା ଓ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି l ରାୟଗଡ଼ ଶିବ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ସମୁଖରେ ପହଞ୍ଚିଥିଲା I ଏହି ତ୍ରିରଙ୍ଗା ଯାତ୍ରାରେ ସରସ୍ଵତୀ ଶିଶୁ ମନ୍ଦିର, ରାୟଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ, ଏସ୍ ଏସ୍ ଡି ହାଇସ୍କୁଲ, ବ୍ଲକ କଲୋନୀ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ , ଗୁରୁଜୀ ଗୁରୁମା , ବୁଦ୍ଧିଜୀବି, ସ୍ଥାନୀୟ ଯୁବକ, ଅଙ୍ଗନୱାଡି ଓ ଆଶା କର୍ମୀ, ସ୍ୱାସ୍ଥ୍ୟ , ଶିକ୍ଷା , ବ୍ଲକ , ପୁଲିସ୍ ଆଦି ବିଭାଗର କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ l ତ୍ରିରଙ୍ଗା ପତାକା ର ବିଶେଷତ୍ଵ , ହର ଘର ତ୍ରିରଙ୍ଗା ଏବଂ ତ୍ରିରଙ୍ଗା ଭାରତର ସ୍ୱର୍ଣ୍ଣିମ ସମେତ ଏହା ସମ୍ମାନ ଓ ଏକତାର ପରିଚୟ ଭାବେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସୂଚାଇ ସଚେତନ କରାଇଥିଲେ । ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବାର୍ତ୍ତା “ହର ଘର ତ୍ରିରଙ୍ଗା ” କାର୍ଯ୍ୟକ୍ରମ ପାଳନ ନେଇ ଏବଂ “ ଆଜାଦି କା ଅମୃତ ମହୋତ୍ସବ ” ପାଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ଭାରତ-ମାତାର ସ୍ୱର୍ଣ୍ଣିମ ଇତିହାସକୁ ପ୍ରତ୍ୟେକ ଭାରତ ବାସୀଙ୍କ ହୃଦୟରେ ଦେଶ-ପ୍ରେମର ଭାବ ଜାଗ୍ରତ କରିବାର ମହାନ୍ ଲକ୍ଷ ଅଟେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସି ନାୟକ, ମୁଖ୍ୟ ବକ୍ତା ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଜ୍ଯୋତି ପ୍ରସାଦ ପାଣି , ଭାରପ୍ରାପ୍ତ ବିଡିଓ ପିତାମ୍ବର ବେହେରା, ରାୟଗଡ଼ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ରାୟଗଡ଼ ସରପଞ୍ଚ ସୁଷମା ଶବର, ମାର୍ଲବା ସରପଞ୍ଚ ଜଳନ୍ଧର କାର୍ଯ୍ଯ, ଏସ୍ ଏସ୍ ଡି ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ ସାହୁକାର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଭାରତର ସ୍ଵାଧୀନତା ସଂଗ୍ରାମରେ ଯେଉଁ ମହାନ୍ ବୀର ମାନଙ୍କ ବଳିଦାନ ସମେତ ଅନେକ ଦେଶଭକ୍ତ ଯେଉଁମାନଙ୍କ ଇତିହାସରେ କୌଣସି ଲିପିବଦ୍ଧ ନାହିଁ କି ସମାଜରେ ସେମାନଙ୍କ କୌଣସି ପରିଚୟ ମଧ୍ୟ ନାହିଁ l ତେଣୁ ଇତିହାସରେ ଯେଉଁ ମହାନ୍ ବୀର ଓ ଦେଶଭକ୍ତ ମାନଙ୍କ ନାମର ଚିହ୍ନବର୍ଣ୍ଣ ନାହିଁ, ସେମାନଙ୍କୁ ଖୋଜି ଭାରତ ଇତିହାସରେ ନାମ ଲିପିବଦ୍ଧ କରିବା ସହ ସେମାନଙ୍କୁ ମନେ ପକାଇ ଖୋଜିବା ଏହା ଏକ ପ୍ରୟାସ ମାତ୍ର ବୋଲି କହିଥିଲେ l ଏହି ଉତ୍ସବରେ ଆମେ ସମସ୍ତେ ସାମିଲ ହୋଇ ସହର ସମେତ ଗାଁ ଗହଳିରେ ଉତ୍ସାହ ଓ ଆନନ୍ଦର ସହ ପାଳନ କରିବା ସହ ଅନ୍ୟପକ୍ଷରେ , ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନେ ସେମାନଙ୍କ ଘରେ ତ୍ରିରଙ୍ଗା ପତାକା ଲଗାଇବେ , ସେଥିପାଇଁ “ ହର ଘର ତ୍ରିରଙ୍ଗା ” ଘର ଘର ତ୍ରିରଙ୍ଗା” ଏଭଳି ନାରା ଦେବା ସହ ସମସ୍ତଙ୍କୁ ସଚେତନ କରାଯାଇଥିଲା l ଏଥି ସହ ତ୍ରିରଙ୍ଗାର କିପରି ବ୍ୟବହାର କରାଯିବ ଏହାର ମହତ୍ତ୍ଵ ଉପରେ ଅତିଥି ମାନେ ସଚେତନ କରିବା ସହ ଅତିଥି ମାନେ ମତ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରସାଦ ଘଡାଇ ପରିଚାଳନା କରିଥିବା ବେଳେ ସାମାଜସେବୀ ବି. କୃଷ୍ଣଚନ୍ଦ୍ର ପାତ୍ର, ସାମ୍ବାଦିକ ସୌମ୍ଯ ରଂଜନ ପଟ୍ଟନାୟକ, ୱାର୍ଡ଼ ସଭ୍ୟ ରାଜୁ ଆଚାରୀ, ବାବୁଲି ଶବର, ସନ୍ୟାସୀ ପାଇକ, କାସୀ ଆଚାରୀ, ରାମ ପାଇକ, ତ୍ରିଲୋଚନ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ I
ରାୟଗଡ଼ରେ ଅମୃତ ମହୋତ୍ସବ ପଦଯାତ୍ରା ଓ ବାଇକ୍ ରାଲି !!!

