Site icon Awaj Media

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କଲେ କଳାପଥର ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାର୍ଥୀ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କଲେ କଳାପଥର ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାର୍ଥୀ . ସରସ୍ବତୀ ଶିଶୁ ମନ୍ଦିର କଳାପଥର ର ସମ୍ପାଦକ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଆବାହ କ୍ରମେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀ ଓ ଗୁରୁମା ମାନଙ୍କୁ ନେଇ ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି କଳାପଥର ଗ୍ରାମର ଶ୍ରୀ ଶ୍ରୀ ବାବା କପିଳେଶ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସୁସଜ୍ଜିତ ରଙ୍ଗୀନ ଭାରତ ମାନଚିତ୍ରରେ ୭୫ ଦୀପ ପ୍ରଜ୍ଜଳନ କରି ସ୍ବାଧୀନତାର ଅମୃତ ମହୋତ୍ସବ ମହା ସମାରୋହରେ ଏବଂ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଲ୍ଯାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ . କଳାପଥର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କମଳା ସ୍ବାଇଁ ଓ ଓମ୍ ଶାନ୍ତି ଭୂବନେଶ୍ବର ଶାଖାର ସୁରେଶ ମହାପାତ୍ର ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ରାଉତ ଉତ୍ସବ ପାଳନ ଅବସରରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଜନ ସମାଗମ ହୋଇଥିବା ବେଳେ ସମସ୍ତେ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀ ମାନେ ସ୍ବାଗତ ସଂଗୀତ ଓ ସ୍ବାଧୀନତାର ଅମୃତ ମହୋତ୍ସବ ସଂଗୀତ ଗାନ କରିଥିଲେ । ପରିଶେଷରେ ବିଦ୍ୟାଳୟର ଗୁରୁଜୀ କୃଷ୍ଣଚନ୍ଦ୍ର ଦାସ ଧନ୍ୟବାଦ ଦେଇ ସଭାସାଙ୍ଗ କରଥିଲେ ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପାଳନରେ ପୂର୍ଣ୍ଣ ସହଯୋଗ କରିଥିଲେ ।

ଆଜାଦି କୀ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସର ରେ ବିଦ୍ୟାଳୟର ଛାତ୍ର ମାନେ ବିବେକାନନ୍ଦ , ସୁବାଷ ବୋଷ ଏବଂ ଭଗତ ସିଂହ ବେଶ ଧାରଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ . ସ୍ୱାମୀ ବିବେକାନନ୍ଦ ବେଶରେ ଛାତ୍ର ରଣଜିତ ସାହୁ , ନେତାଜୀ ସୁବାଷ ବୋଷ ଙ୍କ ବେଶରେ ଛାତ୍ର ଦିବ୍ୟାଂଶୁ ତ୍ରିପାଠୀ ଏବଂ ଭଗତ ସିଂହ ଙ୍କ ବେଶରେ ଛାତ୍ର ବିବେକ ସାହୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ .

Exit mobile version