Site icon Awaj Media

ରାଜ ସୁନାଖଳାର ପ୍ରସିଦ୍ଧ ଗହ୍ମାଡିଆଁ ପର୍ବ : ଡିଜିଟାଲ ଯୁଗରେ ମଧ୍ୟ ବଞ୍ଚିଛି ପ୍ରାଚୀନ ପରମ୍ପରା !!!

Spread the love

ସୁନାଖଳା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସାରା ଓଡିଶାର ପୁରପଲ୍ଲୀରେ ପାଳିତ ହୋଇଯାଇଛି ଭାଇ ଭଉଣୀଙ୍କ ସମ୍ପର୍କର ଅତୁଟ ବନ୍ଧନର ପର୍ବ ରାକ୍ଷୀ ପୂର୍ଣିମା ॥ ହିନ୍ଦୁ ପରମ୍ପରାକୁ ସମ୍ମାନ ଦେଇ ଏହିଦିନ ଗୋ ବନ୍ଦାଣ ଓ ପୋଇତା ବଦଳ ମଧ୍ୟ କରାଯାଇଥାଏ । ନୟାଗଡର ରାଜସୁନାଖଳା ଅଞ୍ଚଳରେ ରାକ୍ଷୀ ପୂର୍ଣ୍ଣିମାରେ ପ୍ରସିଦ୍ଧ ଲାଭ କରିଥିବା ଗହ୍ମାଡିଆଁ ପର୍ବକୁ ବହୁ ସଂଖ୍ୟାରେ ଲୋକ ଉପଭୋଗ କରନ୍ତି । ମାଟିରେ ତିଆରି ହୁଏ ଗହ୍ମା ଠାକୁରାଣୀ । ପଥର ସବୁକୁ ଆୟତକାରରେ ଯୋଡ଼େଇ କରି , ଯୋଡେଇ କରି ତା’ ଉପରୁ ଅଧିକରୁ ଅଧିକ ଉଚ୍ଚ ଡେଇଁବାକୁ ଚେଷ୍ଟା କରିଥାନ୍ତି ସମସ୍ତ ପ୍ରତିଯୋଗୀ । ସମୁଖରେ ବାଲିଗଦା ହୋଇଥାଏ । ଯିଏ ସବୁଠାରୁ ଅଧିକ ଉଚ୍ଚକୁ ଡେଇଁ ବାଉଁଶରେ ଓହଳିଥିବା ପୁରସ୍କାରକୁ ଛୁଇଁଥାଏ , ସିଏ ସେହି ପୁରସ୍କାରଟିକୁ ପାଇଥାଏ । ବହୁ ଦାମି ଖେଳନା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହୃତ ସାମଗ୍ରି ଓ ଶୁଖିଲା ଖାଦ୍ୟକୁ ସୁତୁଲିରେ ବାନ୍ଧି ବାଉଁଶରେ ଓହଳା ଯାଇଥାଏ । ଗହ୍ମାପୂର୍ଣ୍ଣିମା ସଂଧ୍ୟାରୁ ଆରମ୍ଭ ହୋଇ ପ୍ରାୟ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଏହି ଗହ୍ମାଡିଆଁ ପର୍ବ ଚାଲିଥାଏ । ଡିଜିଟାଲ ଯୁଗରେ ବୋଲବମ୍ ପରମ୍ପରାକୁ ବହୁ ସଖ୍ୟାରେ ଶ୍ରଦ୍ଧାଳୁ ଆପଣାଉଥିବାବେଳେ ଏହି ପ୍ରାଚୀନ ଗହ୍ମାଡିଆଁ ପର୍ବ ହଜିବାକୁ ବସିଲାଣି । ତଥାପି ରାଜସୁନାଖଳା ଅଞ୍ଚଳରେ ଏହି ପରମ୍ପରା ଯୁବକ ମାନଙ୍କ ଉଦ୍ୟମରେ ବଞ୍ଚିଛି ।ଏହା ଭାଇଚାରାର ଏକ ନିଦର୍ଶନ ଅଟେ । ନୟାଗଡର ଦଶପଲ୍ଲା , ବ୍ରହ୍ମପୁର ,ଫୁଲବାଣୀ , ଖୋର୍ଦ୍ଧାର କିଛି ଗ୍ରାମରେ ମଧ୍ୟ ଗହ୍ମାଡିଆଁ ପର୍ବ ମହା ଆଡମ୍ବରରେ ପାଳିତ ହେଉଛି ।ଯଥାର୍ଥରେ କହିବାକୁ ଗଲେ ଆମେ ଓଡିଆ ଭାରି ବଢିଆ ।

Exit mobile version