Site icon Awaj Media

ବାଲୁଗାଁ ସୂର୍ଯ୍ୟନଗର ଅଞ୍ଚଳରେ ପାଣିରେ ବୁଡ଼ି ୩୫ ଦିନର ଶିଶୁ ମୃତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ପାଣିରେ ବୁଡ଼ି ୩୫ ଦିନର ଶିଶୁର ମୃତ୍ୟୁ ଘଟିଛି । ସୂଚନା ମୁତାବକ ବାଲୁଗାଁ ଏନଏସି ଅନ୍ତର୍ଗତ ସୂର୍ଯ୍ୟନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ମହିଳା ପ୍ରୀତି ନାୟକ ତାଙ୍କର ୩୫ ଦିନର ଶିଶୁପୁତ୍ର କୁଳମଣି ନାୟକଙ୍କ ସହ ଗତକାଲି ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷା ଲାଗି ଘରେ ବର୍ଷାଜଳ ପ୍ରବେଶ କରି ଫୁଟେ ଫୁଟେ ପାଣି ଜମିଥିଲା । ତେବେ ରାତିରେ ଶିଶୁ ପୁତ୍ର ଟି ଲେଉଟି ତଳେ ପଡିଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲା । ପ୍ରୀତିଙ୍କ ନିଦ ଭାଙ୍ଗିବାରୁ ତାଙ୍କ ଶିଶୁ ପୁତ୍ରଙ୍କ ମୃତ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ । ଏ ନେଇ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହେବାରୁ ପୋଲିସ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Exit mobile version