Site icon Awaj Media

କଟକରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ତ୍ରିରଙ୍ଗା ପଦଯାତ୍ରା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ତ୍ରିରଙ୍ଗା ପଦଯାତ୍ରା । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ଓ ଅଖଣ୍ଡ ଭାରତ ଦିବସ ଉପଲକ୍ଷେ ବିଶ୍ବହିନ୍ଦୁ ପରିଷଦ କଟକ ଜିଲ୍ଲା ତରଫରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ପୋତାପୋଖରୀ ଦୁର୍ଗାମଣ୍ଡପ ଠାରୁ ବାହାରି ଖାନନଗର ସ୍ଥିତ ସ୍ବର୍ଗଧାମ ସେବା ସମିତି ଠାରେ ପହଞ୍ଚିଥିଲା । ସେଠାରେ ଥିବା ସହୀଦ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ ପରେ ସ୍ବର୍ଗଧାମ ସେବା ସମିତିର ସଭାପତି ଶରତ କୁମାର ସାହୁଙ୍କ ସଭାପତିତ୍ବରେ ଏକ ଭବ୍ଯ ଦେଶଭକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଅଖଣ୍ଡ ଭାରତ ମାନଚିତ୍ରରେ ୭୫ ଟି ଦୀପ ପ୍ରଜ୍ଜଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ , ପତଞ୍ଜଳୀ ଯୋଗ ପରିବାର, ଚାରଣ ଗୋଷ୍ଠୀ, ସମର୍ପଣ ପରିବାର, ଶିବଶକ୍ତି ଗୋ ସେବା ସଂଘ, ମାରୱାଡି, ତେଲୁଗୁ, ଗୁଜରାଟୀ, ବଙ୍ଗାଳୀ , ବିହାରୀ ସମାଜର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଭାଗବତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version