Site icon Awaj Media

ମଣ୍ଡଳସ୍ତରୀୟ ଉଚ୍ଚ ବିଦ୍ୟାଳୟ ମେଧା ସମ୍ମାନ – 2022 ଆୟୋଜିତ !!!

Spread the love

ବାଙ୍କୀ // କଟକ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା // ଅମ୍ରିତା ପଟ୍ଟନାୟକ : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ , ବାଙ୍କୀ ଶିକ୍ଷକ ଭବନ ଠାରେ ମଣ୍ଡଳସ୍ତରୀୟ ଉଚ୍ଚ ବିଦ୍ୟାଳୟ ମେଧା ସମ୍ମାନ – 2022 ଅନୁଷ୍ଠିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଛି । ଏହି ମହାନ ଅବସରରେ ମୁଖ୍ୟ ଅତିଥି ଭାବ ସମାଜସେବୀ ତଥା ଅଞ୍ଚଳର ଆଗଧାଡିର ବିଜେଡି ନେତା ସୁବାଷ ପାଢ଼ୀ, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାହିତ୍ୟିକ ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନୀୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦୀ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଓ ଭାରତ ମିଶ୍ର, ସଙ୍ଗଠନର ସଭାପତି ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବହୁ ବୁଦ୍ଧିଜୀବୀ, ଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତି ରହିଥିଲେ । ବିଦ୍ୟାଧର ଖଟୁଆ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥଲେ ।

Exit mobile version