Site icon Awaj Media

ୟୁନିଟେକ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତ୍ରିରଙ୍ଗା ପଦଯାତ୍ରା . ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ନୟାଗଡ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁନିଟେକ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ଦିନ ତମାମ ଲଗାଣ ବର୍ଷା ଲାଗି ରହିଥିବା ବେଳେ ନୟାଗଡ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁନିଟେକ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନେ ପଦଯାତ୍ରା କରିବା ସହ ତ୍ରିରଙ୍ଗା ଶୋଭାଯାତ୍ରା ମାଧ୍ୟମରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିଛନ୍ତି । ଏହି ଅବସରରେ କଲେଜର ଛାତ୍ରଛାତ୍ରୀ ମାନେ କଲେଜ ଛକରୁ ବାହାରି ନୟାଗଡ ଜିଲ୍ଲା ଚିକିତ୍ସାଳୟ ଠାରୁ ପଠାଣି ସାମନ୍ତ ଅଡିଟୋରିୟମ ପର୍ଯ୍ୟନ୍ତ ପଦଯାତ୍ରା କରି ଆଜାଦି କା ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା ର ନାରା ଦେଇ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମଟି ୟୁନିଟେକ ଡିଗ୍ରୀ କଲେଜର ପ୍ରତିଷ୍ଠାତା ପ୍ରଦୀପ କୁମାର ପୃଷ୍ଟିଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ କଲେଜର କର୍ମଚାରୀଙ୍କ ସମେତ ନୟାଗଡ ଟାଉନ ଥାନାର ଅଧିକାରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version