Site icon Awaj Media

ଦଶପଲ୍ଲାରେ ବାପୁଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଧୀନତାର ଗୌରବ ପଦଯାତ୍ରା ଉଦଯାପିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭାରତବର୍ଷ କୁ ଇଂରେଜ ଶାସନ ରୁ ମୁକ୍ତ କରି ସ୍ୱାଧୀନ ଭାରତ ର ନୂତନ ପରିଚୟ ପାଇଁ ଜାତୀୟ କଂଗ୍ରେସ ର ତ୍ୟାଗ ବଳିଦାନର ୭୫ ବର୍ଷ ପରିପ୍ରେକ୍ଷୀରେ ପାଳିତ ହୋଇଯାଇଛି ସ୍ୱାଧୀନତାର ଗୌରବ ପଦଯାତ୍ରା । ପ୍ରବଳ ଲଘୁଚାପ ବର୍ଷା ପ୍ରତିକୂଳ ପାଣିପାଗ ସତ୍ୱେ ଦଶପଲ୍ଲାର ମହାବୀର ପୀଠରୁ ରାମଧୁନ ସଙ୍ଗୀତ ଜାତୀୟତାର ମନ୍ତ୍ର ଗାନ କରି ସ୍ୱାଧୀନତାର ଗୌରବ ପଦଯାତ୍ରା ତହସିଲ କାର୍ଯ୍ୟାଳୟ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜିଲ୍ଲାବ୍ୟାପି କ୍ରାନ୍ତିଦିବସ ଠାରୁ ଶୁଭାରମ୍ଭ ହୋଇଥିବା ପଦଯାତ୍ରା ଉଦଯାପନ କରାଯାଇଛି l

ଦଶପଲ୍ଲା ବ୍ଲକ କଂଗ୍ରେସ ସଭାପତି ବୁଲୁ ପରିଡାଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ, ବରିଷ୍ଠ ନେତା ସରୋଜ ପରିଡା, ବସନ୍ତ ମହାରଣା, ରାଜୀବ ଲୋଚନ ମିଶ୍ର, ଆରଜିପିଆରଏସ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀ, ମହିଳା କଂଗ୍ରେସ ରାଜ୍ୟ ସମ୍ପାଦିକା ଉମାରାଣୀ ପାଣି, ଦଶପଲ୍ଲା ଟାଉନ କଂଗ୍ରେସ ସଭାପତି ଆଡ଼ଭୋକେଟ ବିନୋଦ ମିଶ୍ର, ଓବିସି ଜିଲ୍ଲା ସଭାପତି ନାରାୟଣ ପରିଡା, ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଅମଜାଦ ଖାଁ, ସୋସିଆଲ ମେଡ଼ିଆ ସଂଯୋଜକ ଜୁଲଫୁକାର ଖାଁ , ଯୁବ କଂଗ୍ରେସ ସଭାପତି ଦିଲ୍ଲୀପ ଖୁଣ୍ଟିଆ, ଗୋବର୍ଦ୍ଧନ ବାଘ, ପ୍ରମୋଦ ମହାପାତ୍ର, କାଶୀନାଥ ନାୟକ, ଅଶୋକ ନାୟକ, ବାଙ୍କବିହାରୀ ଧଳ, ପ୍ରକାଶ ଖୁଣ୍ଟିଆ ପ୍ରମୁଖ ବହୁ ଦଳୀୟ କର୍ମୀ ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତା ସାମିଲ ଥିଲେ l ଦେଶରେ ରାଜନୈତିକ ପ୍ରତିକ୍ରିୟାଶୀଳତା କାରଣରୁ ପ୍ରମୁଖ ବିରୋଧୀ ନେତାଙ୍କ ଉପରେ ଇଡ଼ି – ସିବିଆଇ ଲଗାଇ ପ୍ରତିଶୋଧ ରାଜନୀତି, ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମାତ୍ରାଧିକ ଦରଦାମ ବୃଦ୍ଧି , ଜିଏସଟି ର ଅପବ୍ୟବହାର, ବେରୋଜଗାର, ମୁଦ୍ରାସ୍ଫିତି ଅଣାୟତ୍ତ ଅବସ୍ଥା ପାଇଁ କେନ୍ଦ୍ର ଏନଡିଏ ସରକାର ଦାୟୀ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

Exit mobile version