Site icon Awaj Media

ବାଣପୁରର ସେସା ଡିଫେନ୍ସ ଟ୍ରେନିଂ ସ୍କୁଲ ରେ ୭୬ ତମ ସ୍ବାଧିନତା ଦିବସ ପାଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରାଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ , ପୁଞ୍ଜିଆମା ଗ୍ରାମର ସୁକାନ୍ତ କୁମାର ସାହୁ ଙ୍କ ଉଦ୍ୟମରେ ନୂତନ ଭାବରେ ଗଢି ଉଠିଥିବା ବାଣପୁରରେ ସେସା ଡିଫେନ୍ସ ଟ୍ରେନିଂ ସ୍କୁଲ ଆନୁକୂଲ୍ୟରେ ବାଣପୁର କଲେଜ ରୋଡ ବାବା ବଖାରି କଲ୍ୟାଣୀ ମଣ୍ଡପ ନିକଟରେ ୭୬ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୋଦାବରୀଶ ମହା ବିଦ୍ୟାଳୟର ପ୍ରଦୀପ୍ତ କୁମାର ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେସା ଡିଫେନ୍ସ ଟ୍ରେନିଂ ସ୍କୁଲର ଟ୍ରେନର ଦୁଷ୍ମନ୍ତ କୁମାର ରାୟ ଓ କମାଣ୍ଡୋ ଛାତ୍ର , ଛାତ୍ରୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିବା ସହିତ ଭାରତ ମାତା କୀ ଜୟ , ବନ୍ଦେ ମାତରମ ନାରା ଦେଇଥିଲେ ।

Exit mobile version