Site icon Awaj Media

ଆଦର୍ଶ ଯୁବ ପରିଷଦ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଦର୍ଶ ଯୁବ ପରିଷଦ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର । ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଚକାପଦା ଗ୍ରାମର ଆଦର୍ଶ ଯୁବ ପରିଷଦର ଆନୁକୁଲ୍ୟରେ , ମଡର୍ଣ୍ଣ ଆଇ କେୟାର କଟକର ସହଯୋଗରେ ଯୁବବନ୍ଧୁ ଭବନ, ଚକାପଦାଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଆଖପାଖ ବହୁ ଅଞ୍ଚଳ ଶିଶୁଆ, ଚକାପଦା, ମନ୍ତ୍ରୀସାହି, ଖମାରଙ୍ଗ, ବିଲିପଡା, ଯୋରକୁଳ, ଚର୍ଚ୍ଚିକା, ସାହାଡାପଦା, ବେଦପୁର, ହରିରାଜପୁର, ନେହେରୁନଗର, କରବର ଆଦି ଗ୍ରାମରୁ ଶତାଧିକ ରୋଗୀ ଆଖି ପରୀକ୍ଷା କରିବାକୁ ଆସିଥିଲେ । ଡଲ୍ ବରାଳ, ସହଯୋଗୀ ବିଭୂତି ନାୟକଙ୍କ ଦ୍ଵାରା ୬୦ରୁ ଉର୍ଦ୍ଧ୍ବ ଲୋକଙ୍କ ଆଖି ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ବଣ୍ଟନ କରାଯାଇଛି . ୧୪ ଜଣ ଲୋକଙ୍କୁ ମାଗଣାରେ ନେଇ ମଡର୍ଣ୍ଣ ଆଇ କେୟାର କଟକରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରି ଆଣି ଘରେ ଛାଡ଼ି ଦିଆଯିବ । ଏହି କାର୍ଯ୍ୟକ୍ରମ ରେ ଆଦର୍ଶ ଯୁବ ପରିଷଦ ଆବାହକ ଅକ୍ଷୟ କୁମାର ସାମଲ , ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ରମେଶ ଚନ୍ଦ୍ର ରାଉତ, ସଭାପତି ନିରଞ୍ଜନ ପଣ୍ଡା, ସଂଯୋଜକ ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରସନ୍ନ ପ୍ରଧାନ, ଲକ୍ଷ୍ମୀଧର ପରିଡା, ଶୁଭେନ୍ଦୁ କୁମାର ମହାପାତ୍ର, କୁମାର ଅମୀୟ , ବଳରାମ ପାଇକରାୟ, ବିଦ୍ୟାଧର ପ୍ରଧାନ, ଯୋଗେନ୍ଦ୍ର ଦାସ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ବାଦଲ ଦାସ, ଶଙ୍କର ନାୟକ, ସାମାଜିକ କର୍ମୀ ମାନଭଞ୍ଜନ ଦଳେଇ, ଅର୍ଘ୍ୟରୂପା ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳରେ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ ।

Exit mobile version