ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜଦାଣ୍ଡ ଠାରୁ ଜିଲ୍ଲା ବିଜେପି ପକ୍ଷରୁ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ବିଜେପି ସଭାପତି ତଥା ବିଜେପି ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି । ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ” ଆଜାଦି କା ଅମୃତ ମହୋତ୍ସବ ” ଦେଶବ୍ୟାପୀ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଅନୁରୂପ ପ୍ରତିଫଳନ ପରିଲକ୍ଷିତ ହୋଇଛି । ଆୟୋଜିତ ଏହି ତ୍ରିରଙ୍ଗା ପଦଯାତ୍ରାରେ ରାଜ୍ୟ ବିଜେପି ଉପ ସଭାପତି ଭୃଗୁ ବକ୍ସିପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସିଦ୍ଧେଶ୍ଵର ମିଶ୍ର, ଅରୁଣୀମା ସାହୁ, ବରିଷ୍ଠ ନେତା ସି ଏଚ ସୀମାଦ୍ରୀ ପ୍ରମୁଖ ଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଏହି ତ୍ରିରଙ୍ଗା ପଦଯାତ୍ରାରେ ଯୋଗ ଦେଇଥିଲେ ।
ଗଜପତି ଜିଲ୍ଲା ବିଜେପି ପକ୍ଷରୁ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ !!!

