Site icon Awaj Media

ଦେଶାତ୍ମବୋଧକ ସଙ୍ଗୀତ ଭିଡିଓ ଉନ୍ମୋଚିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ୭୬ ତମ ସ୍ବାଧୀନତା ଦିବସ ଅବସରରେ ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ” ଶ୍ରୀ ସୃଜନ ” – କଳା , ସାହିତ୍ୟ , ସଂସ୍କୃତିର ଭାବମୟ ଉତ୍ତରଣ ପକ୍ଷରୁ ‘ସେବା ଅନୁଷ୍ଠାନ’ ନୟାଗଡରେ ଏକ ହୃଦୟ ଛୁଆଁ ଦେଶାତ୍ମବୋଧକ ସଙ୍ଗୀତ ଉନ୍ମୋଚିତ ହୋଇଯାଇଛି . ଶ୍ରୀ ସୃଜନ ର ସଭାପତି ଡ.ବିଜୟ କୁମାର ଚୌଧୁରୀ , କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି ଦେଶାତ୍ମବୋଧକ ସଙ୍ଗୀତ ଭିଡିଓ । ସଙ୍ଗୀତର ରଚୟିତା ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର , ସ୍ବର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା ,କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ । ଉନ୍ମୋଚନ ସମୟରେ ସଞ୍ଜୟ ସାହୁ, ପ୍ରଦୀପ ସାହୁ, ଲକ୍ଷ୍ମୀଧର ମହାପାତ୍ର, ଅଶୋକ ମଲ୍ଲ, ଦିଲ୍ଲୀପ ସାହୁ , କିଶୋର ମହାପାତ୍ର, ଚିତ୍ତରଞ୍ଜନ ନାୟକ, ଅନେକ ଶିକ୍ଷକ / ଶିକ୍ଷିକା ଓ ଛାତ୍ର ଛାତ୍ରୀଙ୍କ ସହ ଶ୍ରୀ ସୃଜନ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହିତ ସହଯୋଗୀ ଅନୁଷ୍ଠାନ ଚମତ୍କାର, ନାଟ୍ୟଧାରାର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ ।

Exit mobile version