ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ, ଶୋଭାଯାତ୍ରା ଓ ଚିନ୍ମୟ ଫାଉଣ୍ଡେସନର ନିରବଚ୍ଛିନ୍ନ କରୋନା ସଚେତନତା, କିଟ୍ ଓ ରିଲିଫ ବିତରଣର ୧୨୫ ତମ ସପ୍ତାହର ୩୫ ତମ ସମୀକ୍ଷା ବୈଠକ ଓ ୭୬ ତମ ସ୍ବାଧୀନତା ଦିବସ ପାଳନ । ଯେତେବେଳେ ସମଗ୍ର ବିଶ୍ୱ ମହାମାରୀ କରୋନାର କରାଳ ଗ୍ରାସରେ ତ୍ରାହି ତ୍ରାହି ଡାକୁଥିଲା, ସେତେବେଳେ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ସାଜି ନିରବଚ୍ଛିନ୍ନ ପ୍ରକ୍ରିୟାରେ ମହାମାରୀ କରୋନା ସହ ଲଢ଼ିବା ଆରମ୍ଭ କରିଥିଲେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର କର୍ମକର୍ତ୍ତା ମାନେ । ଏହା ଆଜି ୧୨୫ ତମ ସପ୍ତାହରେ ପହଁଚିଛି । ମହାମାରୀର ତାଡନାରେ ଜୀବନ ଜୀବିକା ହରାଇଥିବା ଲୋକମାନଙ୍କ ମୁହଁରେ ହସ ଫୁଟାଇବା, ଅସଚେତନ ବ୍ୟକ୍ତିଙ୍କୁ ସଚେତନ କରିବା, ଭୋକିଲାର ପେଟକୁ ଦାନା, ଦେହକୁ କନା, ବେସାହାରା ମଣିଷକୁ ଆଶ୍ୱାସନା ଯୋଗାଇଦେବା ଲକ୍ଷରେ ଦିନସଂଖ୍ୟା ୮୬୯ ରୁ ୮୭୫ ( ରବିବାର ରୁ ଶନିବାର / ତା୦୭/୦୮/୨୦୨୨ ରୁ ୧୩/୦୮/୨୦୨୨ ରିଖ ) ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳ, ବସ୍ତି, ରେଳ ଷ୍ଟେସନ, ବସଷ୍ଟାଣ୍ଡ ସମେତ ରାସ୍ତା କଡରେ ଜୀବନ କାଟୁଥିବା ବ୍ୟକ୍ତି ଓ ପରିବାରଙ୍କ ନିମନ୍ତେ ରନ୍ଧା ଓ ଶୁଖିଲା ଖାଦ୍ୟ, ବସ୍ତ୍ର, ଗ୍ରସରୀ ସାମଗ୍ରୀ ସମେତ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ, ଡେଟେଲ, ହ୍ୟାଣ୍ଡ ଗ୍ଲୋବ୍ସ ଆଦି ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ତତ୍ୱାବଧାନରେ ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର, ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ରାକେଶ କୁମାର ଜେନାଙ୍କ ସମେତ ଅନୁଷ୍ଠାନର ବହୁ କର୍ମୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ସେହିପରି ଫାଉଣ୍ଡେସନ୍ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଳିତ ସପ୍ତାହରେ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ କରୋନା କଟକଣାକୁ ମାନି ନୃତ୍ୟ, ଗୀତ, ଶୋଭାଯାତ୍ରା, ମିଷ୍ଠାନ ବଣ୍ଟନ ଆଦି କରାଯାଇ ” ଆଜାଦି କା ଅମୃତ ମହୋତ୍ସବ” ପାଳନ କରାଯାଇଥିଲା । ପ୍ରତି ୨୫ ଦିନରେ କରୋନା ସଚେତନତା ,କିଟ୍ ଓ ରିଲିଫ ବିତରଣ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ମତାମତ ସଂଗ୍ରହ ଓ ସମୀକ୍ଷା କରାଯାଉଥିବା ବେଳେ, ଇତି ମଧ୍ୟରେ ୩୫ ତମ ସମୀକ୍ଷା ବୈଠକରେ ପହଁଚିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ପରିସରରେ ଶନିବାରରୁ ସୋମବାର (ତା୧୩/୦୮/୨୦୨୨ରୁ ୧୫/୦୮/୨୦୨୨ରିଖ) ପର୍ଯ୍ୟନ୍ତ ୩ ଦିନ ଧରି ଆଜାଦି କା ଅମୃତ ମହୋତ୍ସବ ପାଳନ ସହ ୩୫ ତମ ସମୀକ୍ଷା ବୈଠକ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସଂଚାଳକ ଭାବରେ ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସଂଯୋଜକ ତଥା ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ଯୋଗ ଦେଇଥିଲେ । ସମୀକ୍ଷକ ଓ ଅମୃତ ମହୋତ୍ସବର ବକ୍ତା ଭାବରେ ସୁଚିସ୍ମିତା ଦଳେଇ, ପ୍ରଶାନ୍ତ ବାରିକ, ସାଗରିକା ପରିଡା, ପ୍ରଭାତ କୁମାର ମହାନ୍ତି ଆଦି ଯୋଗଦାନ କରି ମହାମାରୀ କରୋନାର ପ୍ରଭାବ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ବଢ଼ୁଥିବାର ଦେଖିବାକୁ ମିଳୁଛି । ଏଣୁ ଏହି ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବା ସହ ଗରିବ ଅସହାୟ ବ୍ୟକ୍ତି ବିଶେଷଙ୍କୁ ମାଗଣାରେ ଅଧିକରୁ ଅଧିକ କରୋନା କିଟ୍, ରିଲିଫ ସାମଗ୍ରୀ ବଣ୍ଟନ କରିବା ପାଇଁ ପରାମର୍ଶ ଦେଇଥିଲେ । ଚିନ୍ମୟ ଫାଉଣ୍ଡେସନର ନିରବଚ୍ଛିନ୍ନ ପ୍ରକ୍ରିୟାରେ ଏହି ସେବା କାର୍ଯ୍ୟ ପାଇଁ ଉପସ୍ଥିତ ବ୍ୟକ୍ତି ବିଶେଷ ପ୍ରଶଂସା କରିବା ସହ ସ୍ୱାଧୀନତାର ୭୫ତମ ବର୍ଷର ପୂର୍ତ୍ତି ଉପଲକ୍ଷେ ଦେଶର ଅଗ୍ରଗତି ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ୭୬ତମ ସ୍ବାଧୀନତା ଦିବସ ପାଳନ ଜାତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ, ପ୍ରଭାତ ଫେରି ଆଦି କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଶଶିକାନ୍ତ ପଣ୍ଡା, ଶ୍ରୀକୃଷ୍ଣ ପାତ୍ର, ସତ୍ୟ ରଞ୍ଜନ ବାରିକ, ରକି ଦାସ, ଅଭିଲିପ୍ସା ରଣା, ରାଧିକା ଜେନା, ବିଶ୍ୱଜିତ ଦାସ, ବର୍ଷା ରାଣୀ ମାଝୀ, ନିଳିମା ମଲ୍ଲିକ, ଶୁଭମ ଦାସ, ଦୁର୍ଗା ପ୍ରସାଦ ରାଉତ, ଜୀବନ ମଲ୍ଲିକ, ପୂଜାରାଣୀ ବେହୁରିଆ, ପ୍ରଶାନ୍ତ କୁମାର ସାହୁ, ଲିସା ଦାସ, ନିର୍ମଳ ଜେନା, ରଞ୍ଜିତା ବେହେରା , ପ୍ରଜ୍ଞା ପ୍ରିୟଦର୍ଶିନୀ ସେଠୀ ଆଦି ସହଯୋଗ କରିଥିଲେ ।

