Site icon Awaj Media

ଅମୃତ ମହୋତ୍ସବ ସମାରୋହ ସମିତି ଦ୍ୱାରା ବାଣପୁରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅମୃତ ମହୋତ୍ସବ ସମାରୋହ ସମିତି, ବାଣପୁର ଆନୁକୂଲ୍ୟରେ ଆଜି ଅପରାହ୍ନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ୱେ ଦେଶପ୍ରେମରେ ବିଭୋର ବାଣପୁର ବାସୀ ଦେଶ ଭକ୍ତି ସଙ୍ଗୀତ ସହିତ ୭୫ ମିଟର ତ୍ରିରଙ୍ଗାକୁ ଧରି ରାସ୍ତାରେ ବର୍ଷାରେ ଭିଜି ଭିଜି ଶୋଭାଯାତ୍ରାରେ ସାମିଲ ହୋଇ ଭାରତ ମାତା କି ଜୟ ନାରା ଦେଇ ପଦ ଯାତ୍ରାରେ ଚାଲିଥିଲେ । ୭୫ ମିଟର ତ୍ରିରଙ୍ଗାକୁ ଧରି ବାଣପୁର ବିଷରପାଟଣା ଛକ ଠୁ ଆରମ୍ଭ କରି ବାଣପୁର ନଗର ପରିକ୍ରମା କରି ପଲଟନ ପଡ଼ିଆରେ ପହଞ୍ଚି ଶୋଭାଯାତ୍ରା ସମାପ୍ତ କରିଥିଲେ । ଦେଶପ୍ରେମ ସଂଗୀତ ସାଙ୍ଗକୁ ୭୫ ମିଟରର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଥିଲେ l ପରିଶେଷରେ ବାଲୁଗାଁ ମାଆ କାଳିଜାଇ କଳା ନିକେତନ ଛାତ୍ରୀମାନେ ଦେଶ ଭକ୍ତି ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଅମୃତ ମହୋତ୍ସବ ସମାରୋହ ସମିତି, ବାଣପୁର ଆନୁକୂଲ୍ୟରେ ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଣପୁର ସହରରେ ।

Exit mobile version