Site icon Awaj Media

ଓଵେରସିଂହ ପଞ୍ଚାୟତର ବହୁ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ବ୍ଲକ ଅଧୀନରେ ଥିବା ଓବେରସିଂହ ପଞ୍ଚାୟତ ର କେତୋଟି ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇ ପଡିଛି . ହୀରାକୁଦ ଜଳଭଣ୍ଡାର ରୁ ପ୍ରଚୁର ପରିମାଣରେ ଜଳ ନିଷ୍କାସନ ହେବା ଦ୍ଵାରା ତଳିଆ ଅଞ୍ଚଳକୁ ଆସି ବନ୍ୟା ପରିସ୍ଥିତି ଦେଖା ଦେଇଛି . ଯାହା ଦ୍ୱରା ଏହି ଅଞ୍ଚଳରେ ବସ ବାସ କରୁଥିବା ଗ୍ରାମ ଗୁଡିକ ଜଳବନ୍ଦୀରେ ରହି ବହୁ ଅସୁବିଧାର ସମୁଖୀନ ହେଉଛନ୍ତି . ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି , ଯାହା ଦ୍ଵାରା ଏହି ଓବେରସିଂହ ଗ୍ରାମପଞ୍ଚାୟତ ର କୃଷ୍ଣପୁର, ଓବେରସିଂହ, ଡିହଖଳା, ହିରୁମୂଳ, ଦୁର୍ଗାପୁର , ରାୟପୁର ଆଦି ଗ୍ରାମର ଚାଷୀ ଓ ଜନସାଧାରଣ ମାନେ ଅନେକ କଷ୍ଟରେ ରହିଛନ୍ତି . ଚାଷୀ ଭାଇ ମାନେ ଚାଷରେ ବହୁତ ଖର୍ଚ୍ଚାନ୍ତ ହୋଇ ମଧ୍ୟ ଫସଲ ନେଇ ଅଛନ୍ତି ଚିନ୍ତାରେ . ପ୍ରତିବର୍ଷ ଦେଖା ଦେଉଥିବା ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ପ୍ରଶାସନ ଯୋଜନା କରିବା ଆବଶ୍ୟକ .

Exit mobile version