କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର ଲଘୁଚାପ ଜନିତ ଲଗାଣ ବର୍ଷାରେ ମହାନଦୀ ଫୁଲିବା ଯୋଗୁଁ ବିଭିନ୍ନ ଶାଖା ନଦୀରେ ପ୍ରଥମ ବନ୍ୟା ଆସିଛି । ହିରାକୁଦ ବନ୍ଧ ର ସବୁ ଫାଟକ ଖୋଲିବା ଦ୍ୱାରା ବନ୍ୟାଜଳ ବାଙ୍କୀ ର ବିଭିନ୍ନ ଗ୍ରାମରେ ପ୍ରବେଶ କରିଛି । ଯୋଗାଯୋଗର ମାଧ୍ୟମ ଥିବା ରାସ୍ତାଘାଟ ସବୁ ବିଭିନ୍ନ ସ୍ଥାନରେ ବନ୍ଦ ରହିଛି । କଟକ ରୁ ବାଙ୍କୀ ମୁଖ୍ୟରାସ୍ତାର ପାଥପୁର ରାସ୍ତା, ବାଙ୍କୀ ଖୋର୍ଦ୍ଧା ରାସ୍ତାର ତାଳବସ୍ତ ରେଣୁକା ସେତୁ ଓ ବିଲିପଡା , ପଦନପୁରର ବାଟବନ୍ଧ ଏବଂ ଶିମିଳିପୁର ର କଇଁଆନାଳ ଠାରେ ରସ୍ତା ଉପରେ ୪ ରୁ ୫ ଫୁଟ ଜଳ ପ୍ରବାହିତ ହେଉଅଛି । ବିଭିନ୍ନ ସ୍ଥାନରେ ସରକାରଙ୍କ ତରଫରୁ ରିଲିଫ୍ ସାମଗ୍ରି ପହଞ୍ଚ କରାଯାଇଛି । ଯାହା ସମୁଦ୍ର କୁ ଶଙ୍ଖେ ପରି ବୋଲି ଲୋକେ କଥା ହେଉଛନ୍ତି । ବାଙ୍କୀ ଏକ ଚାଷ ପ୍ରଧାନ ଅଞ୍ଚଳ ହୋଇଥିବାରୁ ଗୋଟେ ସପ୍ତାହ ଧରି ବିଲରେ ପାଣି ଜମି ରହିବା ଦ୍ବାରା ସମସ୍ତ ପନି ପରିବା କଖାରୁ , ଲଙ୍କା , ଭେଣ୍ତି , ଟମାଟର ଗଛ ପୋଚରା ହେବାକୁ ବସିଲାଣି । ଏସବୁ ଭିତରେ ପଶ୍ଚିମ ବାଙ୍କୀ ବୈଦେଶ୍ଵର ବଡମ୍ବା ଟି-ସେତୁରେ ପ୍ରତିଦିନ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଲୋକମାନଙ୍କର ଗହଳି ପରିଲକ୍ଷିତ ହେଉଛି । ଲୋକମାନେ ନଈ ବଢି ଦେଖିବା ସହିତ ବ୍ରିଜରୁ ସେଲ୍ଫି ନେଇ ଆନନ୍ଦ ଅନୁଭବ କରୁଛନ୍ତି । ଲୋକଙ୍କୁ ଭିଡରୁ ହଟେଇବା ପାଇଁ ସ୍ଥାନୀୟ ବୈଦ୍ବେଶ୍ବର ଥାନାର ଅଧିକାରୀ ପ୍ରତ୍ୟକ୍ଷ ଭାବେ ନିଜେ ରହି ଭିଡ ନିୟନ୍ତ୍ରଣ କରୁଥିବାର ଦେଖାଯାଉଛି ॥ ସେ ଯାହାହେଉ ଏବେ ଯୁବ ସମାଜ ପାଇଁ ଟି-ସେତୁ ପାଲଟିଛି ସେଲ୍ଫି ପଏଣ୍ଟ୍ ।
ଟି-ସେତୁରେ ନଦୀ ବଢି ଦେଖିବାକୁ ପ୍ରବଳ ଜନ ସମାଗମ : ସୁରକ୍ଷା ପାଇଁ ପୁଲିସ ନାକେଦମ୍ !!!

