Site icon Awaj Media

” ସଖି ” ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ ” ଆଜାଦୀ କା ଅମୃତ ମହୋତ୍ସବ ” କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଗଜପତି ଜିଲ୍ଲା ” ସଖି” ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ କେରାଣ୍ଡି ଗ୍ରାମ ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଠାରେ ” ହର ଘର ତ୍ରିରଙ୍ଗା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା , କିଶୋରୀ ବାଳିକା , ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ “ସଖି” ୱାନ୍ ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ସଭାପତିତ୍ୱ କରିବା ସହିତ ଶିଶୁ ଅଧିକାର ସହିତ ସଖି ୱାନ୍ ଷ୍ଟପ୍ ସେଣ୍ଟରର ଶିଶୁ ଓ ମହିଳା ମାନଙ୍କ ପାଇଁ ଉପଲବ୍ଧ ସୁବିଧା ସୁଯୋଗ ଯଥା – ପରାମର୍ଶ , ଚିକିତ୍ସା ସୁବିଧା , ଆଇନଗତ ସହାୟତା ଏବଂ ସୁରକ୍ଷା ସଂବନ୍ଧରେ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଭ୍ୟ ହୀରଣ୍ୟ କୁମାର ରାୟ ବାଲ୍ୟବିବାହ ନିଷେଧ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ପୋଷ୍ଟମାଷ୍ଟର ପ୍ରକାଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ । ସଚେତନତା କାର୍ଯ୍ୟକ୍ରମ ଶେଷରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ବହୁ ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ , ଆଶା , ଗ୍ରାମର ମହିଳା ମାନେ, ଗୋପିନାଥ ଗଜପତି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ହାତରେ ଜାତୀୟ ପତାକା ଧରି ସ୍ଲୋଗାନ ଦେଇ ଆଜାଦୀ କା ଅମୃତ ମହୋତ୍ସବ ବର୍ଷାରେ ଭିଜି ଭିଜି ପାଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ନେତୃତ୍ବ ଓ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ “ସଖି” ୱାନ୍ ଷ୍ଟପ୍ ସେଣ୍ଟରର ମୀନା କୁମାରୀ ଟହଲ , ଅନିତା ମିଶ୍ର , ଡଲି ସାହୁ , ମୋହିନୀ ପ୍ରଧାନ , ପ୍ରଣତି ଦାସ , ମଞ୍ଜୁଳା ଚୌଧୁରୀ , ସୁନିତା ବେହେରା , ପି.ପୁଷ୍ପଲତା , ଦିବ୍ୟ ସୁଆର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version