Site icon Awaj Media

ପ୍ରୋତ୍ସ।ହନ ଅଭାବରୁ ହଜିଯାଉଛି ପାରଳାଖେମୁଣ୍ଡିର ସିଙ୍ଘ କାମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସିଙ୍ଘ କାମ ପାଇଁ ପ୍ରସିଦ୍ଧ ଲାଭ କରିଛି । ଖାଲି ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ଏହାର ଚାହିଦା ରହିଛି । ମାତ୍ର ସରକାରୀ ପ୍ରୋତ୍ସ।ହନ ଅଭାବରୁ ବହୁ କାରିଗର ସିଙ୍ଘ କାମ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଆଗରୁ ସହରରେ ବହୁ ପରିବାର ସିଙ୍ଘ କାମ କରୁଥିଲେ , ବର୍ତ୍ତମାନ ଅଳ୍ପ କିଛି ପରିବାର ଏହି ସିଙ୍ଘ କାମ କରୁଥିବାର ଜଣା ପଡିଛି । ଏହି କାରିଗର ମାନେ ସିଂଘରେ ପାନିଆ, ବଗ, ଚିଙ୍ଗୁଡ଼ି, ମାଛ, ମୟୁର , ହାତୀ , ଚଢେଇ ଇତ୍ୟାଦି ବହୁ ପ୍ରକାର ସାମଗ୍ରୀ ତିଆରି କରୁଥିବାର ଦେଖିବାକୁ ମିଳିଛି । ଯାହାକି ଅତି ନିଖୁଣ ଓ ଜୀବନ୍ତ ଦେଖାଯାଏ । ସିଙ୍ଗ ତିଆରି ସାମଗ୍ରୀ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ସିଙ୍ଘ କାମ ପାଇଁ ଯେଉଁସବୁ କଞ୍ଚାମାଲ କିଣାଯାଏ ବଜାରରେ ତାର ମୂଲ୍ୟ ମଧ୍ୟ ଖୁବ ଅଧିକ । ତେଣୁ ସିଙ୍ଘ ତିଆରି ଜିନିଷ ର ମୂଲ୍ୟ ମଧ୍ୟ ଅଧିକା ହୋଇଥାଏ । ଏହି ପାରମ୍ପରିକ କଳା ତଥା କାରିଗରୀ ବିଦ୍ୟାକୁ ବଜାୟ ରଖିବାକୁ ହେଲେ ଏହି ଶିଳ୍ପୀ ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରିବାକୁ ହେବ । ଉପଯୁକ୍ତ ପାରିଶ୍ରମିକ ଅଭାବ ଯୋଗୁଁ ଅନ୍ୟ କାମରେ ନିୟୋଜିତ ରହୁଛନ୍ତି । ସରକାର ଏହି କାରିଗର ମାନଙ୍କ ପାଇଁ ପ୍ରୋତ୍ସ।ହନ ସହ ଆବଶ୍ୟକ କଞ୍ଚାମାଲ କମ ଦରରେ ଯୋଗାଇ ଦେଲେ ଏହି କାମ ପ୍ରତି କାରିଗର ମାନେ ଆଗ୍ରହ ପ୍ରକାଶ କରିଥାନ୍ତେ ବୋଲି ଆଶା କରାଯାଉଛି ।

Exit mobile version