Site icon Awaj Media

ଦ୍ଵିତୀୟ ପର୍ଯ୍ୟାୟ ର ୩୫ତମ ସମୀକ୍ଷା ବୈଠକ // ୮୮୦ ଦିନରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆୟୋଜିତ କରୋନା ସଚେତନତା, କିଟ୍ ଓ ରିଲିଫ ବିତରଣ କାର୍ଯ୍ୟକ୍ରମ ଆଜି ୮୮୦ ଦିନରେ ପହଁଚିଛି । ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ମତାମତ ସଂଗ୍ରହ ଓ ସମୀକ୍ଷା କରାଯାଉଥିବା ବେଳେ, ଇତିମଧ୍ୟରେ ୩୫ ତମ ସମୀକ୍ଷା ବୈଠକରେ ପହଁଚିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ପରିସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦ୍ଵିତୀୟ ପର୍ଯ୍ୟାୟର ଏହି ସମୀକ୍ଷା ବୈଠକରେ ସଂଚାଳକ ଭାବରେ ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର ଯୋଗ ଦେଇଥିଲେ । ସମୀକ୍ଷକ ଭାବରେ ଶିଶୁ ସାହିତ୍ୟିକ ତଥା ଯୁବ ସାମ୍ବାଦିକ ଧୀରେନ୍ଦ୍ର କୁମାର ମଲ୍ଲିକ, ସାରସ୍ୱତ ପ୍ରେମୀ ତଥା ସମାଜସେବୀ ଅଭୟ କୁମାର ଜେନା, ସଂସ୍କୃତି ସଂଗଠକ ତଥା ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ଜେନା ଆଦି ଯୋଗଦାନ କରି ମହାମାରୀ କରୋନାର ପ୍ରଭାବ ଦେଶର ବିଭିନ୍ନ ରାଜ୍ୟରେ ବଢ଼ୁଥିବାର ଦେଖିବାକୁ ମିଳୁଛି । ଏଣୁ ଏହି ସଚେତନତା, କରୋନା କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବା ସହ ଗରିବ ଅସହାୟ ବ୍ୟକ୍ତି ବିଶେଷଙ୍କୁ ମାଗଣାରେ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ । ଚିନ୍ମୟ ଫାଉଣ୍ଡେସନର ନିରବଚ୍ଛିନ୍ନ ପ୍ରକ୍ରିୟାରେ ଏହି ସେବା କାର୍ଯ୍ୟ ପାଇଁ ଉପସ୍ଥିତ ବ୍ୟକ୍ତି ବିଶେଷ ପ୍ରଶଂସା କରିବା ସହ ସ୍ୱାଧୀନତାର ୭୫ତମ ବର୍ଷର ପୂର୍ତ୍ତି ଉପଲକ୍ଷେ ଆଜାଦିକା ଅମୃତ ମହୋତ୍ସବ ସହ ଦେଶର ଅଗ୍ରଗତି ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ ।

Exit mobile version