Site icon Awaj Media

ଟିକରପଡ଼ାରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ଦୁର୍ଦ୍ଦଶା ବୁଝିଲେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ । ଟିକରପଡା ଯାଇ ବନ୍ୟାଞ୍ଚଳ ଅତିକ୍ରମ କରି ସେଠାରେ ହୋଇଥିବା ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସେଠାରେ ଲୋକେ କିଭଳି ଅଛନ୍ତି, ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି ତାହା ତଦାରଖ କରିଛନ୍ତି । ଜିଲ୍ଲାପାଳ ଲୋକଙ୍କ ସହ ଆଲୋଚନା କରି ସରକାର ଓ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସମସ୍ତ ସାମଗ୍ରୀ ସେମାନଙ୍କ ପାଖରେ ପହଁଚିଛି କି ନାହିଁ ତାହା ପଚାରି ବୁଝିଛନ୍ତି । ବନ୍ୟା ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଜିରୋ କାଜୁଆଲିଟି ଉପରେ ମୁଖ୍ୟତଃ ଧ୍ୟାନ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଲୋକଙ୍କ ସେଭଳି କିଛି ସମସ୍ୟା ନାହିଁ । ସନ୍ଧ୍ୟା ପରେ ଲାଇଟର ଅସୁବିଧା ଥିବା କଥା ତାଙ୍କୁ ଲୋକ କହିଥିବା ବେଳେ ଆଜି ସନ୍ଧ୍ୟା ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସେମାନଙ୍କ ନିକଟରେ ଆସ୍କା ଲାଇଟ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଆଉ ଯାହା ବି ସମସ୍ୟା ରହିଛି ତାହାର ଆଶୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ । ବନ୍ୟା ବିପନ୍ନଙ୍କ ଗମନାଗମନ ପାଇଁ ଏଠାରେ ରବର ବୋଟ୍‌ ଯୋଗାଇ ଦିଆଯାଇଛି । ଆଜି ଠାରୁ ଟିକେ ବନ୍ୟାପାଣି କମିଛି । ଏହାସତ୍ତ୍ବେ ଅନେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ତେଣୁ ରିଲିଫ କୋଡ୍‌ ମୁତାବକ ଲୋକଙ୍କୁ ଆଉ କଣ ସୁବିଧା ଯୋଗାଇ ହେବ ତାହାକୁ ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ ସମୟରେ ଅନୁଗୁଳ ଉପ-ଜିଲ୍ଲାପାଳ ବୈତୁରା ଦୀପ, ଅନୁଗୁଳ ତହସିଲଦାର , ବିଡିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version