Site icon Awaj Media

ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ! ଶିମିଳିପୁର ପଲ୍ଲିବିକାଶ କ୍ଲବ ର ଏହି ନିଆରା ପ୍ରୟାସ କୁ ସମସ୍ତେ କରିଛନ୍ତି ପ୍ରଶଂସା । ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ବନ୍ୟା ହେଉ କି ବାତ୍ୟା ସବୁ ବିପର୍ଯ୍ୟୟ ସମୟରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ତଥା ସରକାରୀ ସ୍ତରରେ ବିପନ୍ନ ଙ୍କ ପାଇଁ ରିଲିଫ ହେଉ କିମ୍ବା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଏ . କିନ୍ତୁ ନିଜର ପରିବାର ତଥା ଜୀବନକୁ ବାଜି ଲଗାଇ ଯେଉଁମାନେ ବିପନ୍ନ ମାନଙ୍କୁ ଉଦ୍ଧାର କରିଥାନ୍ତି ସେମାନଙ୍କ କଥା ସମସ୍ତେ ଭୁଲି ଯାଇଥାନ୍ତି । ଉଦ୍ଧାର ଏବଂ ସହାୟତା କାମରେ ନିୟୋଜିତ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍, ଏନ୍ ଡି ଆର୍ ଏଫ ଟିମ୍, ବିଦ୍ୟୁତ ବିଭାଗ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଜଳ ଯୋଗାଣକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଖାଇଲେ କି ନଖାଇଲେ କାହାରି ପାଖରେ ଖବର ନଥାଏ । ଏହାକୁ ଦୃଷ୍ଟିରେ ରଖି ଶିମିଳିପୁର ର ନବନିର୍ବାଚିତ ସରପଞ୍ଚ ସୁକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଲ୍ଲୀବିକାଶ କ୍ଲବ ର ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗରେ ସେମାନଙ୍କୁ ଖାଇବା ପାଇଁ ରନ୍ଧାଖାଦ୍ୟ ର ବ୍ୟବସ୍ଥା କରାଯାଇଛି , ବାସ୍ତବରେ ତାହା ଏକ ପ୍ରଶଂସନୀୟ ପଦକ୍ଷେପ । ଏପରି ସେବା ମନୋଭାବ ସମସ୍ତଙ୍କର ଆସୁ ।

Exit mobile version