Site icon Awaj Media

ବିଶାଳ ତ୍ରିରଙ୍ଗା ଯାତ୍ରା ସଫଳ ନେଇ ସମସ୍ତଙ୍କୁ ଆନ୍ତରିକ ଶୁଭେଛା ଜଣାଇଲେ ସ୍ଵତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ ସମିତି ସଭାପତି ସମାଜସେବୀ ନାରାୟଣ ଚନ୍ଦ୍ର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜାର ଭାଇ ଭଉଣୀ ଓ ଗୁରୁଜନ ମାନେ ମୋ ସନ୍ତାନ ସମ , ଯୁବଶକ୍ତି ତଥା ସଦା ପ୍ରଣମ୍ୟ ମାତୃଶକ୍ତି ସମସ୍ତଙ୍କ ସମର୍ଥନ ଓ ସହଯୋଗ ପାଇଥିବାରୁ ୧୪ ଅଗଷ୍ଟ – ୨୦୨୨ ତ୍ରିରଙ୍ଗା ଯାତ୍ରା ସଫଳ ରୂପ ନେଇଛି । ତୁହାକୁ ତୁହା ଅନବରତ ବର୍ଷାରେ ଶତାଧିକ ଭାଇ ଭଉଣୀ ମାନେ ୪୨ ମୌଜା ମୁଖ୍ୟ ରାସ୍ତାରେ ଏକତ୍ରିତ ହୋଇ ସ୍ୱାଗତ ଜଣାଇବା ନିଶ୍ଚିତ ଐତିହାସିକ । ସମସ୍ତେ ତନ ମନ ଧନ ଦେଇ ଅମୃତ ମହୋତ୍ସବ ପାଳନ କରିବା ୪୨ ମୌଜାରେ ସାମୁହିକ ମାନସିକତାରେ ପରିବର୍ତ୍ତନ ଆଣିବା, ଏହି ପବିତ୍ର ତଥା ମହାନ୍ କାର୍ଯ୍ୟକ୍ରମରେ ଆର୍ଥିକ, ଶାରୀରିକ, ମାନସିକ ଅବଦାନ ଦେଇଥିବା ଦାତା ମାନଙ୍କୁ ମୁଁ ନାରାୟଣ ଚନ୍ଦ୍ର ମହାନ୍ତି ୪୨ ମୌଜା ତ୍ରିରଙ୍ଗା ଶୋଭାଯାତ୍ରା କମିଟି ସଭାପତି ଭାବେ ହୃଦୟର ଗଭୀରତମ ପ୍ରଦେଶରୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ କମିଟିର ସଦସ୍ୟ ଓ ସଦସ୍ୟା ମାନକ ତରଫରୁ କୃତଜ୍ଞତା ଜଣାଉଛି । ଏପରି ଉକ୍ତି ରଖି ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ସ୍ଵତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ ସମିତି ସଭାପତି ସମାଜସେବୀ ନାରାୟଣ ଚନ୍ଦ୍ର ।

Exit mobile version