Site icon Awaj Media

ବନ୍ୟା ପ୍ରଭାବିତ ସାଂପୁର ଗ୍ରାମରେ ପହଁଚିଲେ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ବଢିଥିଲା ମହାନଦୀ । ମହାନଦୀ ବଢିଲେ ବଢିଯାଏ ବାଙ୍କୀ ବାସୀଙ୍କର ଦୁଃଖ । ମହାନଦୀ ଅବବାହିକାରେ ଥିବା ପଞ୍ଚାୟତ ଗୁଡିକରେ ବନ୍ଯା ଜଳ ପ୍ରବେଶ କରି ଚାଷ ଜମି ଠୁ ଆରମ୍ଭ କରି ଘରଦ୍ବାର ପର୍ଯ୍ୟନ୍ତ ସବୁ ବୁଡି କରି ରହିଛି । ଏକ ସପ୍ତାହ ଧରି ବନ୍ଯା ପ୍ରଭାବରେ ପ୍ରଭାବିତ ହୋଇଛି ବାଙ୍କୀ ଉପଖଣ୍ଡର ବିଭିନ୍ନ ପଞ୍ଚାୟତ । ସରକାରୀ ସ୍ତରରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରିଲିଫ କାମରେ ଆଗକୁ ବାହାରିଛନ୍ତି ବହୁ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ନେତୃତ୍ବ । ବାଙ୍କୀ ବ୍ଲକର ସାଂପୁର ଗ୍ରାମରେ ରିଲିଫ ପାଇଁ ପହଞ୍ଚିଥିଲେ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ । ବାରଙ୍ଗ ବ୍ଲକର ନିର୍ବାଚିତ ପ୍ରତିନିଧି ହୋଇଥିଲେ ମଧ୍ୟ ବାଙ୍କୀ ବିଜେପିର ନେତୃତ୍ବ ନେଉଥିବାରୁ ଆଜି ବାଙ୍କୀ ବ୍ଲକର ସାଂପୁର ଗ୍ରାମରେ ରିଲିଫ ପ୍ରଦାନ ପାଇଁ ପହଞ୍ଚିଥିଲେ । ସମ୍ପୂର୍ଣ ମହାନଦୀ ଭିତରେ ଅବସ୍ଥିତ ସାଂପୁର ଗ୍ରାମଟି ବନ୍ୟା ସମୟରେ ବିଷେଶ କ୍ଷତିଗ୍ରସ୍ତ ହୋଇଥାଏ । ଲୋକମାନଙ୍କର ଆବଶ୍ୟକତାକୁ ଅନୁଭବ କରି ଏଠାରେ ରଲିଫ ପ୍ରଦାନ ପାଇଁ ପହଞ୍ଚିଥିବାର ପ୍ରକାଶ କରିଛନ୍ତି ବିଜେପି ନେତା ତଥା ନିର୍ବାଚିତ ଜିଲ୍ଲା ପରିଷଦ ତୁଷାରକାନ୍ତ ଚକ୍ରବର୍ତ୍ତୀ । ମହାନଦୀର ବନ୍ଯା ଜଳ ପ୍ରଭାବରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ର ପର୍ଶୁରାମପୁର ଠାରୁ ଆରମ୍ଭ କରି ବାଆଁରା ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଶାସନ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Exit mobile version