ଏ.କେ.ବିଦ୍ୟାମନ୍ଦିର ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଦଧିବାମନପୁର ସ୍ଥିତ ଏ.କେ.ବିଦ୍ଯାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପିଲା ମାନଙ୍କ ମନରେ ଧାର୍ମିକ, ଆଧ୍ୟାତ୍ମିକ,ପାରସ୍ପରିକ ସଦଭାବନା ଓ ଭଲ ପାଇବା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଭୁ ଶ୍ରୀକୃଷ୍ଣ ଏବଂ ଶ୍ରୀ ରାଧାଙ୍କ କୌତୁକ ପୋଷାକ ପ୍ରତିଯୋଗିତା କରାଯାଇଥିଲା । ଏହି ଉତ୍ସବ ରେ ସ୍କୁଲ ର କୁନି କୁନି ଛାତ୍ରଛାତ୍ରୀ, ଅଭିଭାବକ ,ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ପ୍ରତ୍ୟକ୍ଷ ଭାବରେ ଅଂଶ ଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ପ୍ରଭୁ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ପୌରାଣିକ ବେଶ ପୋଷାକରେ ସଜ୍ଜିତ କୁନି କୁନି ପିଲା ମାନଙ୍କ ପାଇଁ କିଛି ସମୟ ବିଦ୍ୟାଳୟ ପରିସର ଆନନ୍ଦ ଉତ୍ସବ ମୁଖର ହୋଇଉଠିବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଫେସର ଅନିରୁଦ୍ଧ ଖିଲାର ଓ ଡ.ଚନ୍ଦନା ବେହେରାଙ୍କ ନିର୍ଦ୍ଦେଶରେ ପିଲା ମାନଙ୍କ ପରିଚୟ ପ୍ରଦାନ, ନୃତ୍ୟ, ଗୀତ ଓ ସଂଳାପ ଉପସ୍ଥାପନ କରାଯିବା ସହିତ ଏକ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୯୦ ଜଣ ଛାତ୍ର ଛାତ୍ରୀ ଶ୍ରୀକୃଷ୍ଣ ଏବଂ ଶ୍ରୀରାଧା ଚରିତ୍ରରେ ଅଂଶ ଗ୍ରହଣ କରିଥିବା ବେଳେ ପ୍ରାୟ ୪୦ ଯୋଡି ରାଧାକୃଷ୍ଣ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କୁଲ ପ୍ରଶାସକ କ୍ଷେତ୍ରମୋହନ ସେନାପତି, ସୀତାରାଣୀ ମହାନ୍ତି, ପ୍ରିୟଦର୍ଶିନୀ ମହାନ୍ତି, ସସ୍ମିତା ଦାସ ଓ ବିକାଶ କୁମାର ପାତ୍ର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *