Site icon Awaj Media

ଘଳିଆ ବନ୍ଦ କରିବା ପାଇଁ ବାଲିବସ୍ତା ବୋହିଲେ ଛୋଟ ଛୋଟ ପିଲା !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବନ୍ୟା ପରିସ୍ଥିତିରେ ନଦୀରେ ଘଳିଆ ସୃଷ୍ଟି ହେବାପରେ ତାହାକୁ ବନ୍ଧାଇବାକୁ ଅଣ୍ଟା ଭିଡ଼ିଲେ ସ୍ଥାନୀୟ ଲୋକେ . କାମ ସମୟରେ ବାଲି ବସ୍ତା ବୋହିଲେ ଛୋଟ ଛୋଟ ପିଲା । ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି । ପୁରୀ ଜିଲ୍ଲା କଣାସ ବ୍ଲକ ଦେଇ ପ୍ରବାହିତ ହେଉଥିବା ଦୟା ନଦୀର ଜଳସ୍ରୋତ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି । ବିଶେଷ କରି ନଦୀ ବନ୍ଧ ର ଅନେକ ଜାଗା ଦୁର୍ବଳ ଯୋଗୁ ଅସଂଖ୍ୟ ଘଳିଆ ସୃଷ୍ଟି ହେଉଛି । ୨ – ୩ ଟି ଜାଗାରେ ଘାଇ ହେବାରେ କଣାସ ଅଞ୍ଚଳ ବାସୀଙ୍କ ମନରେ ଛନକା ପଶିଛି । ଜଳସମ୍ପଦ ବିଭାଗର ମନମାନି ଯୋଗୁଁ ଏଭଳି ବିପଦ ମାଡିଆସୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଯାହାର ବାସ୍ତବତା ଏହି ଛୋଟ ଛୋଟ ପିଲାଙ୍କ ର ଚିତ୍ର ସ୍ପଷ୍ଟ ବୟାନ କରୁଛି । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ନୂଆ ଦୋକନ୍ଦା ଦୟାନଦୀ ବନ୍ଧ ର । ବନ୍ୟା ନିୟନ୍ତ୍ରଣ ପାଈଁ ସରକାର ଅନେକ କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି । ହେଲେ ଏଠି କେତେ ନିର୍ଦ୍ଦେଶ ପାଳନ ହେଉଛି ଆପଣ ଅନୁମାନ କରି ପାରୁଥିବେ । ଶେଷରେ ଗ୍ରାମର ଛୋଟ ପିଲାମାନେ ପ୍ରଶାସନ ଉପରେ ଭରସା ତୁଟାଇ ଘଳିଆ ବନ୍ଦ କରିବାପାଇଁ ଅଣ୍ଟା ଭିଡ଼ିଛନ୍ତି । ଏ ଚିତ୍ର ଦେଖିବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ନିଦ ଭାଙ୍ଗିବ ଵୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

Exit mobile version