Site icon Awaj Media

ନୟାଗଡ଼ ମ୍ୟୁନିସିପାଲଟି ର ଗୁମର କଥା // ଭାଗ – ୩ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଳମ୍ବିତ ରାତିରେ ୯ ନମ୍ବର ଓ୍ବାର୍ଡ ର ତଦାରଖ କଲା ନୟାଗଡ଼ ମ୍ୟୁନିସିପାଲଟି । ବିଳମ୍ବ ହେଲେବି ରାସ୍ତା ଅବରୋଧ ର ଖବର ପ୍ରସାରଣ ର ପ୍ରାୟ ଚାରି ସପ୍ତାହ ପରେ ମ୍ୟୁନିସିପାଲଟି ର କର୍ମଚାରୀ ଆସି ୯ ନମ୍ବର ଓ୍ବାର୍ଡ ପରିଭ୍ରମଣ କରି ଯାଇଥିବା ସୂଚନା ମିଳିଛି । ଓ୍ବାର୍ଡ ବୁଲିବା ସହ ଅତି ଶୀଘ୍ର ରୋଡ଼ ରୁ ଆବର୍ଜନା ସଫା କରିବା ଏବଂ ଯାତାୟାତ ସ୍ବଭାବିକ କରିବାପାଇଁ ସ୍ଥାନୀୟ ଜନସାଧାରଣ ଙ୍କୁ ପ୍ରତିଶୃତି ଦେଇଛନ୍ତି ମ୍ୟୁନିସିପାଲଟି ରୁ ଆସିଥିବା ଅଧିକାରୀ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ରାସ୍ତା ଅବରୋଧ କରିଥିବା ବ୍ୟକ୍ତି ଙ୍କୁ ତାଗିଦ୍ କରିବାକୁ କାହିଁକି ପଛଘୁଞ୍ଚା ଦେଉଛି ମ୍ୟୁନିସିପାଲଟି । କି ପ୍ରକାର ସମ୍ପର୍କ ଅଛି , ଜବରଦଖଲକାରୀ ଙ୍କ ସହିତ ମ୍ୟୁନିସିପାଲଟି ଅଧିକାରୀ ଙ୍କର । କେଉଁ କାରଣ ଆଧାରରେ ବିଳମ୍ବିତ ରାତିରେ କରାଗଲା ସର୍ବେକ୍ଷଣ , ଧୀରେ ଧୀରେ ଖୋଲୁଛି ନୟାଗଡ଼ ମ୍ୟୁନିସିପାଲଟି ର ଗୁମର …. କ୍ରମଶଃ

Exit mobile version